ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନ

ଯବାନ ସମେତ ୫ ନିହତ

ଶ୍ରୀନଗର : ଜମ୍ମୁ କଶ୍ମୀରରେ ଆଜି ପାକ୍‌ ସେନା ପୁଣିଥରେ ଅସ୍ତ୍ରବିରତି ଉଲ୍ଳଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଛି। ପାକ୍‌ ରେଞ୍ଜର୍ସଙ୍କ ଗୁଳିରେ ଜଣେ ବିଏସ୍‌ଏଫ ଯବାନ ସହିଦ ହୋଇଯାଇଥିବା ବେଳେ ୪ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି। ଲଗାତାର ତୃତୀୟ ଦିନରେ ଆଜି ପାକ୍‌ ରେଞ୍ଜର୍ସମାନେ ଜମ୍ମୁର ଆରଏସ ପୁରା, ବିସନାହ ଏବଂ ଆର୍ନିଆ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଳଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଛନ୍ତି। ବିଏସ୍‌ଏଫ୍‌ ଯବାନମାନେ ମଧ୍ୟ ଏହାର କଡ଼ା ଜବାବ ଦେଇ ପାଲଟା ଗୁଳିଚାଳନା କରିଥିଲେ। ତେବେ ଆର୍‌ଏସ୍‌ ପୁରା ଏବଂ ଆର୍ନିଆ ସେକ୍ଟରରେ ପାକ୍‌ ସେନା ସୀମା ନିକଟସ୍ଥ ଗ୍ରାମ ଗୁଡ଼ିକୁ ଟାାର୍ଗେଟ୍‌ କରି ପ୍ରବଳ ଗୁଳିବର୍ଷା କରିବାଦ୍ୱାରା ୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି। ଆହୁରି ୧୨ ଜଣ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର