ଜମ୍ମୁ/ ନୂଆଦିଲ୍ଲୀ: ପାକିସ୍ତାନ ମାଟିରେ ନିଜର କାୟା ବିସ୍ତାର କରିଥିବା ପାକ୍ ସମର୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ- ତୋଏବା ଓ ଜୈସ୍-ଇ- ମହମ୍ମଦ ଜରିଆରେ ସଂପ୍ରତି ଦକ୍ଷିଣ ଓ ଉତ୍ତର କଶ୍ମୀରରେ ମୁତୟନ ଥିବା ଭାରତୀୟ ସେନା ଓ ସେମାନଙ୍କର କ୍ୟାମ୍ପ ସମେତ ଭାରତ- ପାକ୍ ସୀମାନ୍ତର ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟରେ ବ୍ୟାପକ ଓ ବଡ଼ ଧରଣର ଆତଙ୍କବାଦୀ ହାମ୍ଲା ଘଟାଇବା ପାଇଁ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସୁବିସ୍ତତ ଯୋଜନା ପ୍ରସ୍ତୁତ କରିଥିବା ନେଇ ଭାରତୀୟ ଗୁଇନ୍ଦା ସଂସ୍ଥା ସତର୍କ ସୂଚନା ଜାରି କରିଛି।
Zee News Indiaଆତଙ୍କବାଦୀ ସଂଗଠନ ଲସ୍କର-ଇ- ତୋଏବା ଓ ଜୈସ୍-ଇ- ମହମ୍ମଦର ନୂତନ ରଣନୀତି ଅନୁଯାୟୀ, ଏବେ ଭାରତୀୟ ସେନା ସୁରକ୍ଷା ବଳର ଯବାନମାନେ ଯେତେବେଳେ ସେନା ଗାଡ଼ିରେ ଗୋଟିଏ କ୍ୟାମ୍ପରୁ ଅନ୍ୟ ଗୋଟିଏ କ୍ୟାମ୍ପକୁ ଯାଉଥିବେ ସେହି ସମୟରେ ସେମାନଙ୍କ ଗାଡ଼ି ବା ‘କନ୍ଭୟ’ ଉପରେ ଆଇଇଡି ବିସ୍ଫୋରଣ ଘଟାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଭାରତୀୟ ଗୁଇନ୍ଦା ବିଭାଗ ସତର୍କ କରାଇ ଦେଇଛି। ଏପରି ଆକ୍ରମଣ ପାଇଁ ଉତ୍ତର କଶ୍ମୀରର ବାରାମୁଲ୍ଲା ଏବଂ ଶ୍ରୀନଗର- କୁପ୍ଓ୍ଵାରା ଜାତୀୟ ରାଜମାର୍ଗକୁ ଆତଙ୍କବାଦୀ ସଂଗଠନଗୁଡ଼ିକ ନିଜର ଟାର୍ଗେଟ କରିଥିବା ଗୁଇନ୍ଦା ବିଭାଗ ପ୍ରଦାନ କରିଥିବା ରିପୋର୍ଟରେ କହିଛି।
Zee News Indiaଆତଙ୍କବାଦୀ ସଂଗଠନ ଲସ୍କର-ଇ- ତୋଏବା ଉତ୍ତର କଶ୍ମୀରରେ ମୁତୟନ ଥିବା ଭାରତୀୟ ସେନା ସୁରକ୍ଷା ବଳର ଯବାନ ଓ ସେମାନଙ୍କ କ୍ୟାମ୍ପ ଉପରେ ଆକ୍ରମଣର ଦାୟିତ୍ୱ ନେଇଥିବା ବେଳେ ଅନ୍ୟତମ ଆତଙ୍କବାଦୀ ସଂଗଠନ ଜୈସ୍-ଇ- ମହମ୍ମଦ ଶ୍ରୀନଗର- କୁପ୍ଓ୍ଵାରା ଜାତୀୟ ରାଜମାର୍ଗ ଉପରେ ଭାରତୀୟ ସେନା ସୁରକ୍ଷା ବଳର ‘କନ୍ଭୟ’ ଉପରେ ଆକ୍ରମଣ ପାଇଁ ବ୍ୟାପକ ପ୍ରସ୍ତୁତି କରିଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି। ଗୁଇନ୍ଦା ବିଭାଗ ଠାରୁ ଏହି ରିପୋର୍ଟ ମିଳିବା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସି ସ୍ଥିତିର ସମୀକ୍ଷା କରାଯିବା ସହ ଜମ୍ମୁ- କଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Pak-2.jpg)