ପାକିସ୍ତାନ ଯାଇଥିବା ଭାରତୀୟ ଶିଖ ତୀର୍ଥଯାତ୍ରୀ ହଟହଟା, ଦୂତାବାସ କର୍ମଚାରୀଙ୍କୁ ଭେଟିବାକୁ ଦେଉନାହିଁ

ନୂଆଦିଲ୍ଲୀ: ଭାରତରୁ ପାକିସ୍ତାନ ତୀର୍ଥ ଯାତ୍ରାରେ ଯାଉଥିବା ଶିଖ ମାନଙ୍କୁ ପାକିସ୍ତାନ କନସୁଲାର ଆକସେସ୍‌ ଦେଉନଥିବାରୁ ନୂଆଦିଲ୍ଲୀ ତାହାର ପ୍ରତିବାଦ କରିଛି । ଏ ନେଇ ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ପାକିସ୍ତାନ ସରକାରଙ୍କ ନିକଟରେ ତୀବ୍ର ପ୍ରତିବାଦ କରାଯାଇଛି ।
ପାକିସ୍ତାନର ରାଓ୍ଵଲପିଣ୍ଡି ଜିଲ୍ଲାରେ ଥିବା ଗୁରୁଦ୍ୱାରା ପଂଜା ସାହିବକୁ ବାର୍ଷିକ ବୈଶାଖୀ ମେଳ ପାଇଁ ପ୍ରାୟ ୧୮ଶହ ଭାରତୀୟ ଶିଖ ତୀର୍ଥଯାତ୍ରୀ ଯାଇଥିଲେ । କିନ୍ତୁ ଏହି ଭାରତୀୟ ନାଗରିକମାନଙ୍କୁ କନସୁଲାର ସେବା ପ୍ରଦାନ ପାଇଁ ଭାରତୀୟ ହାଇକମିଶନର ଅଧିକାରୀମାନଙ୍କୁ ପାକିସ୍ତାନ ଅନୁମତି ଦେଇନଥିଲା । କନସୁଲାର ସେବା ମଧ୍ୟରେ ରହିଛି ବିଦେଶରେ ଥିବା ନିଜ ଦେଶର ନାଗରିକଙ୍କୁ ଭିସା ଓ ପାସପୋର୍ଟ ସଂପର୍କିତ, ସ୍ୱାସ୍ଥ୍ୟ, ପରିବାର ସଂପର୍କିତ କେତେକ ଜରୁରୀକାଳୀନ ସେବା ଯୋଗାଇବା । ଭାରତୀୟ କନସୁଲାର ଟିମକୁ ଏପ୍ରିଲ ୧୨ ତାରିଖରେ ଯାତ୍ରୀମାନଙ୍କୁ ଭେଟିବାକୁ ଦିଆଯାଇନଥିଲା । ସେହିପରି ଏପ୍ରିଲ ୧୪ ବୈଶାଖି ଦିନ ମଧ୍ୟ ଗୁରୁଦ୍ୱାରା ପଂଜା ସାହିବକୁ ପ୍ରବେଶ ଅନୁମତି ଦିଆଯାଇନଥିଲା । ତୀର୍ଥଯାତ୍ରୀଙ୍କୁ ଭେଟିବାକୁ ଗୁରୁଦ୍ୱାରକୁ ଯାଉଥିବା ଭାରତୀୟ ହାଇକମିଶନର ଅଜୟ ବିସାରିଆଙ୍କୁ ବାଟରୁ ଫେରାଇ ଦିଆଯାଇଥିଲା । ଏହାକୁ ନେଇ ଭାରତ ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର