ପୂର୍ବତନ ରାଷ୍ଟ୍ରପତି ମୁଶାରଫଙ୍କଠାରୁ  ନାଗରିକତ୍ୱ ଅଧିକାର କାଢ଼ିନେଲା ପାକିସ୍ତାନ

 

ଇସଲାମବାଦ: ଏକଦା ପାକିସ୍ତାନ ସେନାର ମୁଖ୍ୟ ଥିବା ଜେନେରାଲ ପରଭେଜ ମୁଶାରଫ  ସେନାଶକ୍ତି ପ୍ରୟୋଗ କରି ପାକିସ୍ଥାନର କ୍ଷମତା ଅକ୍ତିଆର କରିବା ସହିତ  ପାକିସ୍ଥାନର ରାଷ୍ଟ୍ରପତି ହୋଇଥିଲେ। ବର୍ତ୍ତମାନ ସେହି ଏକଛତ୍ରବାଦୀ ଶାସକ ପରଭେଜ ମୁଶାରଫଙ୍କୁ ପାକିସ୍ତାନ ସରକାର  ପାକିସ୍ତାନର ନାଗରିକତ୍ୱରୁ ବଞ୍ଚିିତ କରିଛନ୍ତି। ଏକଦା ସାମରିକ ଶକ୍ତି ପ୍ରାୟାଗ କରି ପାକିସ୍ତାନର ସର୍ବୋଚ୍ଚ କ୍ଷମତାଧାରୀ ବ୍ୟକ୍ତି ହୋଇଥିିବା ମୁଶାରଫ ଏବେ ସେ ଦେଶରର ନାଗରିକତ୍ୱ ପାଇଁ ପୁଣି ଅଦାଲତର ଦ୍ୱାରସ୍ଥ ହେବେ।

୭୪ ବର୍ଷୀୟ ପୂର୍ବତନ ରାଷ୍ଟ୍ରପତି ମୁଶରଫ ୨୦୦୭ରେ ସେନାମୁଖ୍ୟ ଥିବା ବେଳେ ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କରି ୧ଶହରୁ ଊର୍ଧ୍ୱ  ଜଜ୍‌ଙ୍କୁ ବରଖାସ୍ତ କରିବା ସହିତ ବହୁ ଜଜ୍‌ଙ୍କୁ ନଜରବନ୍ଦୀ କରି ରଖିଥିଲେ। ପରେ ସେ ୨୦୦୯ରେ କ୍ଷମତା ଅକ୍ତିଆର କରିଥିଲେ। ୨୦୧୪ ମସିହାରେ ପାକିସ୍ତାନ କୋର୍ଟ ଦ୍ୱାରା ମୁଶାରଫ ରାଷ୍ଟ୍ରଦ୍ରୋହୀ ବୋଲି ଘୋଷିତ ହୋଇଛନ୍ତି। ସେହିପରି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନିଜର ଭୁଟୋଙ୍କ ହତ୍ୟା ସହିତ ବହୁ ମାମଲାରେ ଓ୍ଵାଣ୍ଟେଡ ଥିବା ମୁଶାରଫ ଚିକିତ୍ସା ଆଳରେ ଯାଇ ଦୁବାଇରେ ରହିଛନ୍ତି। ତେବେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ପାକିସ୍ଥାନରଏକ ଅଦାଲତଙ୍କ ରାୟକୁ କାର୍ଯ୍ୟକାରୀ କରିବାକୁ ଯାଇ  କାମଚଳା ପ୍ରଧାନମନ୍ତ୍ରୀ ନସିରୁଲ୍ଳ ମୁଲ୍କମୁଶାରଫଙ୍କ ଜାତୀୟ ପରିଚୟପତ୍ର ଓ ପାସପୋର୍ଟ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନର ଜାତୀୟ ଡାଟାବେସ ଓ ରେଜିେିଷ୍ଟ୍ରସନ ଅଥରିଟି (ଏନଏଡିଆରଏ) ତାଲିକାରୁ ମୁଶାରଫଙ୍କ ନାମ କାଟି ଦିଆଯାଇଛି।। ମୁଶାରଫଙ୍କ  ଜାତୀୟତା ପରିଚୟପତ୍ର ରଦ୍‌ଦ ହେବା ସହିତ ତାଙ୍କ ପାସପୋର୍ଟ ମଧ୍ୟ ରଦ୍ଦ ହୋଇ ଯାଇଛି। ପାସପୋର୍ଟ ଓ ଜାତୀୟତା ପ୍ରମାଣପତ୍ର ରଦ୍ଧ ହେବା ପରେ   ପାକିସ୍ତାନରେ ପଳାତକ ଘୋଷିତ ହୋଇଥିବା ମୁଶାରଫ ଆଉ ଦୁବାଇରେ ରହି ପାରିବେ ନାହିଁ। ଦୁବାଇ ସରକାର ତାଙ୍କୁ ପାକିସ୍ତାନକୁ ପ୍ରତ୍ୟାର୍ପଣ କରିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ।

 

ସମ୍ବନ୍ଧିତ ଖବର