କରତାରପୁର କରିଡର କାମ ବନ୍ଦ କଲା ପାକିସ୍ତାନ

ଗୁର୍‌ଦାସପୁର : ଜମ୍ମୁ କଶ୍ମୀରରେ ଧାରା ୩୭୦ ହଟାଯିବା ପରେ ବିଚଳିତ ପାକିସ୍ତାନ ଏବେ ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେବାରେ ଲାଗିଛି। ପୂର୍ବରୁ କୂଟନୈତିକ ସଂପର୍କ ହ୍ରାସ ସହ ବାଣିଜ୍ୟ ଓ ପରିବହନ ବ୍ୟବସ୍ଥାକୁ ସଙ୍କୁଚିତ କରିଥିବା ପାକିସ୍ତାନ ଏବେ କରତାରପୁର କରିଡର କାମ ବନ୍ଦ କରିଛି। ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାପରେ ପାକିସ୍ତାନ ପ୍ରଥମ ଥର ପାଇଁ ଗତ ୪ ଦିନ ହେଲା ନିର୍ମାଣ କାମ ବନ୍ଦ ରଖିଥିବା ଜଣାପଡ଼ିଛି । ପଂଜାବ ସରକାର ଏ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର