ଭାରତ ସହ ଯୁଦ୍ଧ କରି ପାକିସ୍ତାନ ହାରି ପାରେ, କିନ୍ତୁ କୁପରିଣାମ ପକାଇବ: ଇମ୍ରାନ୍‌ ଖାଁ

ନୂଆଦିଲ୍ଲୀ: ‘ଅଲ୍‌ ଜଜୀରା’ ସହ ଏକ ସାକ୍ଷାତ୍‌କାରରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ପ୍ରକାରାନ୍ତରେ ସ୍ୱୀକାର କରିଛନ୍ତି ଯେ ଭାରତ ସହ ପାରମ୍ପରିକ ଯୁଦ୍ଧରେ ପାକିସ୍ତାନ ହାରି ଯାଇପାରେ, କିନ୍ତୁ କୁପରିଣାମ ପକାଇବ।

କଶ୍ମୀର ଘଟଣା ପାଇଁ ଭାରତକୁ ଆଣବିକ ଅସ୍ତ୍ର ପ୍ରୟୋଗ ନିମନ୍ତେ ଧମକ ଦେଇଥିବା ଇମ୍ରାନ୍‌ କହିଛନ୍ତି: ଏଥିରେ ସନ୍ଦେହ ନାହିଁ। ମୁଁ କହିଛି ପାକିସ୍ତାନ ଆଣବିକ ଯୁଦ୍ଧ ଆରମ୍ଭ କରିବ ନାହିଁ। ମୁଁ ଶାନ୍ତିପ୍ରିୟ, ମୁଁ ଯୁଦ୍ଧ-ବିରୋଧୀ। ମୁଁ ବୁଝେ ଯୁଦ୍ଧ ସମସ୍ୟା ସମାଧାନ କରେ ନାହିଁ। ଯୁଦ୍ଧର ଅନିଶ୍ଚିତ ପରିଣାମ ରହିଛି। ଭିଏତ୍‌ନାମ, ଇରାକ୍‌ରେ ହୋଇଥିବା ଯୁଦ୍ଧ ଦେଖନ୍ତୁ, ଯୁଦ୍ଧ ଅନ୍ୟ ସମସ୍ୟା ସୃଷ୍ଟି କରେ, ସମ୍ଭବତଃ ଯେଉଁ କାରଣ ପାଇଁ ଯୁଦ୍ଧ ହୋଇଥାଏ, ତାହାଠୁ ବହୁ ଅଧିକ।

କିନ୍ତୁ, ମୁଁ ନିଶ୍ଚିତ ଯେ ଦୁଇ ପରମାଣୁ ଅଧିକାରୀ ପାରମ୍ପରିକ ଯୁଦ୍ଧ ଲଢ଼ିଲେ ତାହା ପରମାଣୁ ଯୁଦ୍ଧ ହିଁ ହେବ। ଠାକୁରେ ନ କରନ୍ତୁ, ଯଦି ଗୋଟାଏ ପାରମ୍ପରିକ ଯୁଦ୍ଧରେ ଆମେ ହାରୁ ଏବଂ ଆମକୁ କୁହାଯାଏ- ଆତ୍ମ ସମର୍ପଣ କର କିଂବା ସ୍ୱାଧୀନତା ନିମନ୍ତେ ମରିବାକୁ ଲଢ଼। ମୁଁ ଜାଣେ ପାକିସ୍ତାନ ସ୍ୱାଧୀନତା ପାଇଁ ପ୍ରାଣ ଦେବ। ପାରମାଣବିକ ଅସ୍ତ୍ରଧାରୀ ଦେଶର ଲଢ଼େଇରେ ମୃତ୍ୟୁ ହେଲେ ପ୍ରତିକୂଳ ପରିଣାମ ପଡ଼େ।

ସେଇଥିପାଇଁ ଆମେ ଜାତିସଂଘ ଏବଂ ଅନ୍ତର୍ଜାତୀୟ ଫୋରମ୍‌ରେ ଆବେଦନ କରୁଛୁ।

ଅନ୍ୟାୟ ଭାବେ ଭାରତ କଶ୍ମୀରକୁ ଜିଣିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର