ନିୟନ୍ତ୍ରଣ ରେଖା ଦେଇ ବାଣିଜ୍ୟ କାରବାର ବନ୍ଦ ଲାଗି ଭାରତର ନିଷ୍ପତ୍ତିକୁ ପାକିସ୍ତାନର ସମାଲୋଚନା

ନୂଆଦିଲ୍ଲୀ : ନିୟନ୍ତ୍ରଣରେଖା ଦେଇ ବାଣିଜ୍ୟ କାରବାର ବନ୍ଦ ଲାଗି ଭାରତର ନିଷ୍ପତ୍ତିକୁ ପାକିସ୍ତାନ ଦୁର୍ଭାଗ୍ୟଜନକ ବୋଲି କହିଛି । ଭିତ୍ତିହୀନ ଅଭିଯୋଗକୁ ଭିତ୍ତିକରି ଭାରତ ଏକପାଖିଆଭାବେ ଏହି ନିଷ୍ପତ୍ତି ନେଇଛି ବୋଲି ଇସ୍ଲାମାବାଦ କହିଛି । ଦୁଇ ଦେଶ ମଧ୍ୟରେ ଥିବା ମତଭେଦକୁ କଥାବାର୍ତ୍ତାମାଧ୍ୟମରେ ସମାଧାନ କରିବାକୁ ପାକିସ୍ତାନ ଆହ୍ଵାନ ଜଣାଇଛି ।

ଗତ ୧୯ ତାରିଖରେ ଜାମ୍ମୁ ଓ କଶ୍ମୀରର ନିୟନ୍ତ୍ରଣ ରେଖା ଦେଇ ଚାଲୁଥିବା ବାଣିଜ୍ୟ କାରବାରକୁ ବନ୍ଦ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଥିଲେ । ଆତଙ୍କବାଦୀଙ୍କ ସହ ସଂପର୍କ ଥିବା କେତେକ ବ୍ୟକ୍ତି ଏହି ବାଣିଜ୍ୟ କାରବାରର ଦୁରୁପଯୋଗ କରୁଥିବାରୁ ଭାରତ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି। ନିୟନ୍ତ୍ରଣ ରେଖା ଦେଇ ବେଆଇନ ଅସ୍ତ୍ରଶସ୍ତ୍ର, ମାଦକଦ୍ରବ୍ୟ ଏବ˚ ଜାଲନୋଟ ଆଦି କାରବାର ହେଉଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ରିପୋର୍ଟ ଦେଇଥିଲା । ସୂଚନାଯୋଗ୍ୟ ଯେ ନିୟନ୍ତ୍ରଣ ରେଖା ଦେଇ ଜମ୍ମୁ-କଶ୍ମୀର ଏବଂ ପାକିସ୍ତାନ ଅଧିକୃତ କଶ୍ମୀରର ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ସାମଗ୍ରୀ କାରବାରକୁ ସୁବିଧାରେ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏହି ବାଣିଜ୍ୟ କାରବାର ଆରମ୍ଭ କରାଯାଇଥିଲା।

ସମ୍ବନ୍ଧିତ ଖବର