ପାକିସ୍ତାନ ନୂଆ ପ୍ରକାରର ଆଣବିକ ଅସ୍ତ୍ର ତିଆରି କରୁଛି: ଆମେରିକା

ଓ୍ଵାସିଂଟନ୍‌: ପାକିସ୍ତାନ ନୂଆ ପ୍ରକାରର ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା କଥା ମଙ୍ଗଳବାର ଦିନ ଆମେରିକାର ଗୁଇନ୍ଦା ମୁଖ୍ୟ ସୂଚାଇ ଦେଇଛନ୍ତି।

ପାକିସ୍ତାନ ନୂଆ ଧରଣର ଆଣବିକ ଅସ୍ତ୍ର ତିଆରି କରୁଛି ଏବଂ ଏଥିରେ ସ୍ୱଳ୍ପ-ଦୂରଗାମୀ ଲକ୍ଷଭେଦୀ ଅସ୍ତ୍ରଶସ୍ତ୍ର ଅନ୍ତର୍ଭୁକ୍ତ ବୋଲି ବିଶ୍ୱବ୍ୟାପୀ ବିପଦ ସମ୍ବନ୍ଧରେ ଗୁଇନ୍ଦା ତଥ୍ୟ ଉପରେ ସିନେଟ୍‌ ସିଲେକ୍ଟ୍‌ କମିଟି ଆୟୋଜିତ କରିଥିବା କଂଗ୍ରେସୀୟ ବୈଠକରେ ସାଂସଦମାନଙ୍କୁ ଜାତୀୟ ଗୁଇନ୍ଦାର ନିର୍ଦେଶକ ଡାନ୍‌ କୋଷ୍ଟସ୍‌ କହିଛନ୍ତି।

ଉନ୍ନତମାନର ସ୍ୱଳ୍ପ-ଦୂରଗାମୀ ଲକ୍ଷଭେଦୀ ଅସ୍ତ୍ର, ସାମୁଦ୍ରିକ କ୍ରୁଜ୍‌ କ୍ଷେପଣାସ୍ତ୍ର, ଆକାଶମାର୍ଗରୁ ଛାଡ଼ି ହେଉଥିବା କ୍ଷେପଣାସ୍ତ୍ର, ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଓ ଅନ୍ୟାନ୍ୟ ନୂତନ ପ୍ରକାରଣ ଆଣବିକ ଅସ୍ତ୍ରଶସ୍ତ୍ର ପାକିସ୍ତାନ ଉତ୍ପାଦନ କରୁଛି ବୋଲି ସେ କହିଛନ୍ତି।

ଏହି ଅସ୍ତ୍ରଶସ୍ତ୍ର ସମ୍ପୃକ୍ତ ଅଞ୍ଚଳରେ ନୂତନ ବିପଜ୍ଜନକ ବାତାବରଣ ସୃଷ୍ଟି କରିବା ସହ ନିରାପତ୍ତା ବ୍ୟବସ୍ଥା ବଢ଼ାଇବାକୁ ବାଧ୍ୟ କରିଛି।
କୋଷ୍ଟ୍‍ସ୍‌ ସତର୍କ କରାଇ କହିଛନ୍ତି ଯେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ଭାରତ ମଧ୍ୟରେ ଆକ୍ରମଣ ଚାଲୁ ରଖିବେ। ଫଳତଃ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିବ।

ସମ୍ବନ୍ଧିତ ଖବର