ପାକିସ୍ତାନ ନୌସେନାରେ ସଂକଟ, ୫ଟି ବୁଡ଼ାଜାହଜ ମଧ୍ୟରୁ ମାତ୍ର ଗୋଟିଏ କାମ କରୁଛି

ନୂଆଦିଲ୍ଲୀ : ଆର୍ଥିକ ସଂକଟରେ ପଡିଥିବା ପାକିସ୍ତାନର ନୌସେନା ଏବେ ବୁଡ଼ାଜାହଜ ଅଭାବକୁ ନେଇ ଚିନ୍ତିତ ଅଛି । ପାକିସ୍ତାନର ମୋଟ ୫ଟି ବୁଡ଼ାଜାହଜ ମଧ୍ୟରୁ ୪ଟିର ମରାମତି ଚାଲିଛି ଓ କେବଳ ଗୋଟିଏ କାର୍ଯ୍ୟକ୍ଷମ ରହିଛି ବୋଲି ଭାରତୀୟ ଗୁଇନ୍ଦା ଏଜେନ୍ସି ଗୁଡ଼ିକ ରିପୋର୍ଟ ଦେଇଛନ୍ତି ।
ଭାରତ ସହିତ ଏବେ ପାକିସ୍ତାନର ସଂପର୍କ ଖରାପ ଅବସ୍ଥାକୁ ଚାଲିଯାଇଥିବାରୁ ନିଜର ଉପକୂଳ ସୁରକ୍ଷା କ୍ଷେତ୍ରରେ ସହାୟତା ପାଇଁ ଇସ୍ଲାମାବାଦ ଏବେ ଚୀନକୁ ଅନୁରୋଧ କରିଛି । ଗତ ଫେବ୍ରୁଆରୀ ୧୪ରେ ପୁଲଓ୍ଵାମା ଆକ୍ରମଣ ପରେ ତାହାର ଜବାବ ଭାରତ ପାକିସ୍ତାନର ବାଲାକୋଟ ଉପରେ ବିମାନ ଆକ୍ରମଣ କରି କରିଥିଲା । ଏହା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ଭାରତ ଉପରେ ଚାପ ସୃଷ୍ଟି କରିବାକୁ ପାକିସ୍ତାନ ନିଜର ଏକମାତ୍ର କାର୍ଯ୍ୟକ୍ଷମ ବୁଡ଼ାଜାହଜକୁ ଭାରତର ପଶ୍ଚିମ ଉପକୂଳକୁ ପଠାଇଥିଲା । କିନ୍ତୁ ଏହା ଭାରତୀୟ ନୌସେନାର ସତର୍କ ପ୍ରହରାରୁ ବର୍ତ୍ତି ପାରିନଥିଲା । ଅଗତ୍ୟା ଏହା ଫେରିଯାଇଥିଲା ।

ସମ୍ବନ୍ଧିତ ଖବର