ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତ‌ାନ, ପୁଞ୍ଚରେ ଗୁଳି ବର୍ଷା

ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା‌ରେ ପାକିସ୍ତାନୀ ସେନା ଭାରତୀୟ ସେନା ପୋଷ୍ଟକୁ ଲକ୍ଷ୍ୟ ରଖି ଗୁରୁବାର ସନ୍ଧ୍ୟାରେ ଗୁଳି ମାଡ କରିଛି । ପୁଲୱାମାରେ ଫ୍ରେବୁଆରି ୧୪ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିରକୁ ଧ୍ବଂସ କରିବାର ଠିକ୍‌ ପର ଦିନ ପାକିସ୍ତାନ ଭାରତୀୟ ବାୟୁସେନାର କମାଣ୍ଡର ଅଭିନନ୍ଦନଙ୍କୁ ଅଟକ ରଖିଛି । ଏହି ଭଳି ଭାବରେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଛକା ପଞ୍ଚା ଲାଗି ରହିଛି । ଗୋଟେ ପଟେ ପାକିସ୍ତାନ ଭାରତୀୟ ପାଇଲଟ୍‌ ଅଭିନନ୍ଦନକୁ କାଲି ମୁକ୍ତ କରିବାକୁ କହିଥିବା ବେଳେ ଅନ୍ୟ ପଟେ ସେନା ପୋଷ୍ଟକୁ ଆଜି ଗୁଳି ମାଡ଼ କରିଛି।

ସମ୍ବନ୍ଧିତ ଖବର