‘ଜମ୍ମୁ ଓ କଶ୍ମୀର ଭାରତର ରାଜ୍ୟ’: କହୁ କହୁ ସତ କହିଦେଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ଜେନିଭା : କହୁ କହୁ ସତକଥା କହିଦେଲେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ । ଜେନିଭାଠାରେ ଅନୁଷ୍ଠିତ ଜାତିସଂଘ ମାନବ ଅଧିକାର ଆୟୋଗ(ୟୁଏନଏଚଆରସି)ର ଅଧିବେଶନରେ ଯୋଗ ଦେବାକୁ ଯାଇଥିବା କ୍ୟୁରେସୀ ଭାରତ ବିରୋଧରେ ବିଷୋଦଗାର କରିବା ବେଳେ ଜମ୍ମୁ ଓ କଶ୍ମୀରକୁ ଭାରତୀୟ ରାଜ୍ୟ ବୋଲି କହିଦେଲେ । ଏହାକୁ ନେଇ ସବୁଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଜମ୍ମୁ ଓ କଶ୍ମୀର ଭାରତର ଏକ ରାଜ୍ୟ ବୋଲି ପାକିସ୍ତାନ ଗ୍ରହଣ କରେ ନାହିଁ । ଏହାକୁ ସେ ଭାରତ ଅଧିକୃତ କଶ୍ମୀର ବୋଲି କହିଥାଏ ପାକିସ୍ତାନ ।

ୟୁଏନଏଚଆରସିର ୪୨ତମ ବୈଠକ ଅବସରରେ ସେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଜମ୍ମୁ ଓ କଶ୍ମୀରରେ ସ୍ୱାଭାବିକ ପରିସ୍ଥିତି ଫେରିଥିବା ଭାରତ କହୁଛି । ଏହା ଯଦି ସତ ହୋଇଥାଏ ‘ଭାରତର ଏହି ରାଜ୍ୟ’କୁ ସେଠାକାର ସରକାର ଅନ୍ତର୍ଜାତୀୟ ମାନବାଧିକାର କର୍ମୀ, ଏନଜିଓ ଓ ସାମ୍ବାଦିକମାନଙ୍କୁ କାହିଁକି ଛାଡୁନାହାନ୍ତି । ଏହାର ଅର୍ଥ ହେଉଛି ଭାରତ ସରକାର ମିଛ କହୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର