ପାକିସ୍ତାନର ୨୦ କୋଟି ଡଲାରର ପ୍ରୋଜେକ୍ଟକୁ ରୋକିଲା ବିଶ୍ୱବ୍ୟାଙ୍କ୍‌

ନୂଆଦିଲ୍ଲୀ: ବିଶ୍ୱବ୍ୟାଙ୍କ ତରଫରୁ ପାକିସ୍ତାନର ବେଲୁଚିସ୍ତାନରେ ଜଳ ସଂଶୋଧନ ପରିଯୋଜନା ପାଇଁ ୨୦ କୋଟି ଆମେରିକା ଡଲାରର ଋଣକୁ ରୋକାଯାଇଛି। ଏହି ପ୍ରମୁଖ ପରିଯୋଜନାକୁ ଦିଆଯାଇଥିବା ଋଣକୁ ସ୍ଥଗିତ କରିବାର ମୁଖ୍ୟ କାରଣ ଏହାର ପ୍ରଗତି ଏବଂ ନିୟନ୍ତ୍ରଣକୁ କମ୍‌ କରିବା ଦର୍ଶାଯାଇଛି।

ବିଶ୍ୱବ୍ୟାଙ୍କ ପ୍ରବକ୍ତା ମରିୟମ୍‌ ଅଲ୍‌ଫାତଙ୍କ କହିବା ମୁତାବକ ପରିଯୋଜନାକୁ ୩୦ ଦିନ ପାଇଁ ନିଲମ୍ବିତ କରାଯାଇଛି। ବିଶ୍ୱବ୍ୟାଙ୍କ ସହ ବେଲୁଚିସ୍ତାନ ଏକୀକୃତ ଜଳ ସଂସାଧନ ପ୍ରବନ୍ଧନ ଏବଂ ବିକାଶ ପରିଯୋଜନା ଉପରେ ତିନିବର୍ଷ ପୂର୍ବରୁ ହସ୍ତାକ୍ଷର କରାଯାଇଥିଲା।। ବ୍ୟାଙ୍କ୍‌ ଏହି ପରିଯୋଜନାକୁ ୨୦ କୋଟି ୯୭ ଲକ୍ଷ ଡଲାରର ଅନୁମତି ଦେଇଥିଲେ। କିନ୍ତୁ ଏହି ପରିଯୋଜନା ପ୍ରବନ୍ଧନରେ ପ୍ରଗତି, ନିଧିର ବିତରଣ, ନାଗରିକ କାର୍ଯ୍ୟ ସହ ଆଗକୁ ବଢିବା ଏବଂ ନିୟନ୍ତ୍ରଣରେ ଅନେକ ଅଭାବ ପରିଲିଖିତ ହୋଇଛି। ଯାହା ଦୁର୍ଭାଗ୍ୟଜନକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏକ ବୟାନ ମୁତାବକ ବିଶ୍ୱବ୍ୟାଙ୍କର ଏହି ପରିଯୋଜନାରେ ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ବେଲୁଚିସ୍ତାନ ସରକାରଙ୍କ କାମ କରିବାକୁ ରୋକାଯାଇଛି।

ବେଲୁଚିସ୍ତାନ ପ୍ରାନ୍ତକୁ ପାକିସ୍ତାନର ସବୁଠାରୁ ଖରାପ ସ୍ୱାସ୍ଥ୍ୟ ସୂଚକ ବୋଲି ମନେ କରାଯାଉଛି। ୬୨ ପ୍ରତିଶତ ଲୋକଙ୍କ ପାଖରେ ପିଇବା ପାଇଁ ସ୍ୱଚ୍ଛ ପାଣି ମୁନ୍ଦିଏ ନାହିଁ।

ସମ୍ବନ୍ଧିତ ଖବର