ଭାରତ ଅଭିଯୋଗ କରିବାରୁ ପାକିସ୍ତାନ ମୁଖପାତ୍ରଙ୍କ ବ୍ୟକ୍ତିଗତ ଟୁଇଟର୍‌ ଆକାଉଣ୍ଟ୍‌ ବନ୍ଦ

ନୂଆଦିଲ୍ଲୀ: ଭାରତୀୟ କର୍ତ୍ତୃପକ୍ଷମାନେ ଅଭିଯୋଗ କରିବାରୁ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମହମ୍ମଦ୍‌ ଫୈାସାଲଙ୍କ ବ୍ୟକ୍ତିଗତ ଟୁଇଟର୍‌ ଆକାଉଣ୍ଟ୍‌କୁ ସାମୟିକ ଭାବେ ବନ୍ଦ କରାଯାଇଛି।

ଜମ୍ମୁ ଓ କଶ୍ମୀରରେ ଭାରତୀୟ ଉତ୍ପୀଡ଼ନ ଓ ଇଣ୍ଟର୍‌ନେସ୍‌ନାଲ୍‌ କୋର୍ଟ ଅଫ୍‌ ଜଷ୍ଟିସ୍‌ରେ କୁଳଭୂଷଣ ଯାଦବଙ୍କ ମାମଲାର ଶୁଣାଣି ସଂକ୍ରାନ୍ତରେ ତାଙ୍କ ଅନୁଗାମୀମାନଙ୍କୁ ସାମାଜିକ ଗଣମାଧ୍ୟମରେ ସଦ୍ୟତମ ସୂଚନା ଦେବା କାରଣରୁ ତାଙ୍କର ଟୁଇଟର୍‌ ଆକାଉଣ୍ଟ୍‌କୁ ବ୍ଲକ୍‌ କରି ଦିଆଯାଇଛି।

କିନ୍ତୁ, ପାକିସ୍ତାନୀ ବୈଦେଶିକ ମନ୍ତ୍ରାଳୟର ଅଫିସିଆଲ୍‌ ଆକାଉଣ୍ଟ୍‌ରେ ମହମ୍ମଦ ଫୈସାଲ୍‌ଙ୍କ ନାମ ସକ୍ରିୟ ରହିଛି।

ସେ ପେଜ୍‌ରେ ଖୁବ୍‌ ନିକଟରେ ଫୈସାଲ୍‌ ଲେଖିଛନ୍ତି ଯେ ଜମ୍ମୁ ଓ କଶ୍ମୀରରେ ମାନବିକ ଅଧିକାର ଉଲ୍ଲଂଘନ ବନ୍ଦ କରିବା ନିମନ୍ତେ ଇଉରୋପୀୟ ପାର୍ଲାମେଣ୍ଟ୍‌ର ସଂସଦମାନେ ଆହ୍ଵାନ ଦେଇଛନ୍ତି। ମାନବିକ ଅଧିକାର ଉଲ୍ଲଂଘନକାରୀ ଦେଶଗୁଡ଼ିକ ସହ ଇୟୁ ବାଣିଜ୍ୟ କରିବା ଉଚିତ ନୁହେଁ।

ତାଙ୍କର ଅନ୍ୟ ଆକାଉଣ୍ଟ୍‌ଟି ବ୍ଲକ୍‌ ହୋଇଥିବା କଥା ମହମ୍ମଦ ଫୈସାଲ୍‌ ଏ ପର୍ଯ୍ୟନ୍ତ ସକ୍ରିୟ ଥିବା ଆକାଉଣ୍ଟ୍‌ରେ ଉଲ୍ଲେଖ କରି ନାହାନ୍ତି।

ସମ୍ବନ୍ଧିତ ଖବର