ଧର୍ମ ନାମରେ ଭେଦଭାବ ସୃଷ୍ଟି କରି କଶ୍ମୀର ବାସିନ୍ଦାଙ୍କୁ ଧୋକା ଦେଉଛି ପାକିସ୍ତାନ: ପିଓକେ ନେତା ଡକ୍ଟର ସାବିର୍‌ ଚୌଧୁରୀ

ଇସ୍‌ଲାମବାଦ୍‌: ପାକିସ୍ତାନ ସରକାରଙ୍କ ଉପରେ ସୋମବାର ଗମ୍ଭୀର ଆରୋପ ଲଗାଇଛନ୍ତି ପାକ୍‌ ଅଧିକୃତ କଶ୍ମୀର(ପିଓକେ) ନେତା ତଥା ଲେଖକ ଡକ୍ଟର ସାବିର୍‌ ଚୌଧୁରୀ। ସେ କହିଛନ୍ତି ଅଭିଯୋଗ ଆଣି କହିଛନ୍ତି କି ପାକିସ୍ତାନ ସରକାର ଧର୍ମକୁ ବ୍ୟବହାର କରି ଭେଦଭାବ ସୃଷ୍ଟି କରିବା ସହ କଶ୍ମୀର ଲୋକମାନଙ୍କୁ ଧୋକା ଦେଉଛନ୍ତି। ପିଓକେରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିବାକୁ ପାକିସ୍ତାନ ସମର୍ଥନ କରୁଛି ବୋଲି ସେ ଅଭିଯୋଗ ଆଣି କହିଛନ୍ତି।

ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଘଟିବା ପରେ ପାକିସ୍ତାନ କଶ୍ମୀରରେ ବିଭାଜନ ସୃଷ୍ଟି କରି କଶ୍ମୀର ବାସିନ୍ଦାଙ୍କୁ ଉସୁକେଇବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି।

ଡକ୍ଟର ସାବିର୍‌୍‌ ଚୌଧୁରୀ ଆହୁରି ବି କହିଛନ୍ତି ଯେ ଜମ୍ମୁ-କଶ୍ମୀର ବିବାଦକୁ ପାକିସ୍ତାନ ଏକ ଧର୍ମ ବିବାଦ କରିବାକୁ ଚାହୁଁଛି। ଧର୍ମର ନାମରେ ସେମାନେ ଲୋକମାନଙ୍କୁ ବୋକା ବନାଇବା ସହ ଧୋକା ଦେଇ ଚାଲିଛନ୍ତି। ଏହା ବ୍ୟତୀତ ହେ ପାକିସ୍ତାନ ଗଣତନ୍ତ୍ରକୁ ଏକ ବିଫଳ ଗଣତନ୍ତ୍ରର ନାମ ଦେଇଛନ୍ତି।

ସମ୍ବନ୍ଧିତ ଖବର