ପାକିସ୍ତାନକୁ ଆମେରିକା ସହାୟତା ବଢ଼ାଇଲା ଭାରତ ଚିନ୍ତା

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ପ୍ରତିରକ୍ଷା କ୍ଷେତ୍ରରେ ସହାୟତା ଯୋଗାଇ ଦେବା ପାଇଁ ଟ୍ରମ୍ପ ପ୍ରଶାସନ ବଜେଟରେ ପ୍ରାବଧାନ ରଖିବା ପରେ ଭାରତର ଚିନ୍ତା ବଢ଼ିଯାଇଛି। ଆଜି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାବିନେଟରେ ଉପସ୍ଥାପିତ ବଜେଟ-୨୦୧୯ରେ ପାକିସ୍ତାନ ପାଇଁ ୩୩ କୋଟି ୬୦ ଲକ୍ଷ ଡଲାରର ଆର୍ଥିକ ସହାୟତା ରାଶି ପାଇଁ ପ୍ରସ୍ତାବ ଦିଆଯାଇଛି। ଏଥିରୁ ୨୫ କୋଟି ୬୦ ଲକ୍ଷ ଟଙ୍କା ଅନ୍ୟାନ୍ୟ କ୍ଷେତ୍ର ପାଇଁ ହୋଇଥିବା ବେଳେ ପ୍ରତିରକ୍ଷା ବାବଦ ୮ କୋଟି ଡଲାର ମିଳିବା ନେଇ ବଜେଟରେ ଉଲ୍ଲେଖ ରହିଛି। ଆଫଗାନିସ୍ତାନ ଓ ପାକିସ୍ତାନରେ ଥିବା ତାଲିବାନ୍‌, ଜିହାଦୀ, ଆଇଏସ୍‌ଆଇଏସ ଏବଂ ଅଲ୍‌ କାଏଦା ପରି ଆତଙ୍କବାଦୀ ସଂଗଠନଗୁଡ଼ିକୁ ନିପାତ କରିବା ପାଇଁ ଏହି ଅର୍ଥ ପ୍ରଦାନ କରାଯାଉଛି ବୋଲି ଉଲ୍ଲେଖ ଥିଲେ ହେଁ ପାକିସ୍ତାନ ଆମେରିକାର ସହାୟତା ରାଶିକୁ ଭାରତ ବିରୋଧରେ ପ୍ରୟୋଗ କରୁଥିବା ନଜିର ରହିଛି। ତେଣୁ ଭାରତ ଏ ନେଇ ଆପତ୍ତି ଉଠାଇବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର