ହୃତପିଣ୍ଡ ପ୍ରତିରୋପଣ ପାଇଁ ଭାରତକୁ ସାହାଯ୍ୟ ମାଗିଲେ ପାକିସ୍ତାନ ହକି କିମ୍ବଦନ୍ତୀ ମନ୍‌ସୁର୍‌ ଅହମ୍ମଦ

ନୂଆଦିଲ୍ଲୀ : ପାକିସ୍ଥାନର ହକି କିମ୍ବଦନ୍ତୀ ମନ୍‌ସୁର୍‌ ଅହମ୍ମଦ୍‌ଙ୍କ ହୃଦ୍‌ଜନିତ ସମସ୍ୟା ଥିବାରୁ ତାଙ୍କ ହୃତପିଣ୍ଡ ପ୍ରତିରୋପଣ କରାଯିବା ଆବଶ୍ୟକ ହୋଇପଡ଼ିଛି । ଏଥି ପାଇଁ ସେ ଭାରତକୁ ସାହାଯ୍ୟ ମାଗିଛନ୍ତି । ନବେ ଦଶକରେ ସେ ପାକିସ୍ତାନ ହକି ଦଳର ଅଧିନାୟକ ଥିବା ବେଳେ ପାକିସ୍ଥାନକୁ ଗର୍ବିତ କରାଇ ପାରିଥିଲେ ।

ଦୁଇ ଦେଶ ମଧ୍ୟ ସବୁ ବେଳେ କଳହ ଲାଗି ରହିଥିଲେ ମଧ୍ୟ ଭାରତ ତାଙ୍କୁ ଦରକାର ପଡ଼ିଲେ ସାହାଯ୍ୟ ଯୋଗାଇବ ବୋଲି ମନ୍‌ସୁର୍‌ ଅହମ୍ମଦ୍‌ ଆଶା ରଖିଛନ୍ତି । ସେ କହନ୍ତି, ‘୪-୫ବର୍ଷ ପୂର୍ବରୁ ମୋର ହୃଦ୍‌ଜନିତ ସମସ୍ୟା ଦେଖା ଯିବାରୁ ଅସ୍ତ୍ରୋପଚାର କରାଯାଇଥିଲା । କିନ୍ତୁ ଅସ୍ତ୍ରୋପଚାର ପରେ ମଧ୍ୟ ମୋର ଏହି ସମସ୍ୟାର କୌଣସି ସମାଧାନ ମିଳିପାରି ନ ଥିଲା । ପୂର୍ବ ମାସରେ ମୋର ଶାରୀରିକ ଅବସ୍ଥା ଅଧିକ ଖରାପ ହେବାରୁ ଡ଼ାକ୍ତର ମୋତେ ହୃଦ୍‌ ପ୍ରତିରୋପଣ ପାଇଁ କହିଥିଲେ । ମୋର ଚିକିତ୍ସା କରାଚୀର  ଜିନ୍ନା ପୋଷ୍ଟଗ୍ରାଜୁଏଟ୍‌ ମେଡ଼ିକାଲ ସେଣ୍ଟରରେ କରାଯାଉଥିବା ବେଳେ ହୃଦ୍‌ ପ୍ରତିରୋପଣ ପାଇ ଭାରତ ଏବଂ କାଲିଫର୍ଣ୍ଣିଆକୁ ମୋର ରିପୋର୍ଟ ପଠାଯାଇଛି ।

zeenews.india.com

କିନ୍ତୁ ମୋ ଜାଣିବାରେ ଭାରତରେ ଏ ସବୁ ସମସ୍ୟା ପାଇଁ କମ ମୂଲ୍ୟରେ ଭଲ ଚିକିତ୍ସା କରାଯାଉଥିବାରୁ ମୋର ଚିକିତ୍ସା ଭାରତରେ ହେଉ ବୋଲି ମୁଁ ଚାହୁଁଛି । ମୁଁ ଭାରତଠାରୁ କୌଣସି ଆର୍ଥିକ ସହାୟତା ଚାହୁଁ ନାହିଁ । ମୁଁ ଚହୁଁଛି ଯେତେବେଳେ ମୋତେ ଭାରତ ନିଆଯିବା ପାଇଁ ଡ଼ାକ୍ତର ଅନୁମତି ଦେବେ ସେ ସମୟରେ ମୋତେ ଭିସା ମିଳୁ । ସେ ନେଇ କୌଣସି ଅସୁବିଧା ନ ହେଉ।’

ସମ୍ବନ୍ଧିତ ଖବର