ଘାସ ଖାଇବା ସ୍ତରକୁ ଚାଲିଆସିଛି ପାକିସ୍ତାନ, ନିଜ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭବିଷ୍ୟବାଣୀକୁ ସତ କରି ଦେଖାଇଲା

ନୂଆଦିଲ୍ଲୀ : କେବଳ ଭାରତକୁ ବରବାଦ କରୁଥିବା ସ୍ୱପ୍ନ ଦେଖୁଥିବା ପାକିସ୍ତାନ ଏବେ ନିଜେ ଦେବାଳିଆ ହୋଇଯାଇଛି । ୧୯୭୪ରେ ଭାରତ ଯେତେବେଳେ ପ୍ରଥମ ପରମାଣୁ ପରୀକ୍ଷଣ କରିଥିଲା ପାକିସ୍ତାନର ତତକାଳୀନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟୋ କହିଥିଲେ ଯେ ବରଂ ଘାସ ଖାଇବୁ, କିନ୍ତୁ ପରମାଣୁ ବୋମା ତିଆରି କରିବୁ । ତାଙ୍କ କଥା ମାନି ପାକିସ୍ତାନ ତ ଅଣୁ ଶକ୍ତିଧର ରାଷ୍ଟ୍ର ହେଲା, କିନ୍ତୁ ଏବେ ଘାସ ଖାଇବା ସ୍ତରକୁ ଚାଲିଆସିଛି । ପାକିସ୍ତାନ ଏବେ ଆର୍ଥିକ ଦୃଷ୍ଟିରୁ ଦେବାଳିଆ । ତଥାପି ପାକିସ୍ତାନ ବୁଦ୍ଧି ଶିଖିପାରିନାହିଁ । ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ଏବେ ଚୀନର ବୃହତ୍ତମ ଅସ୍ତ୍ର ଆମଦାନୀକାରୀରେ ପରିଣତ ହୋଇଛି । କିନ୍ତୁ ଭାରତ ଏବେ ଚୀନର ବୃହତ୍ତମ ବାଣିଜ୍ୟିକ ସହଯୋଗୀ ପାଲଟିଛି । ଦୃଢ ବାଣିଜ୍ୟିକ ସଂପର୍କ ଯୋଗୁଁ ଚୀନ ଚାହିଁଲେ ମଧ୍ୟ ଭାରତର କୌଣସି ହାନୀ କରିପାରୁନାହିଁ । କିନ୍ତୁ ପାକିସ୍ତାନ ଏବେ ଅସ୍ତ୍ରଶସ୍ତ୍ର ତ ରଖିଛି , କିନ୍ତୁ ନିଜ ଲୋକଙ୍କ ଉନ୍ନତି ପାଇଁ ଏହା ପାଖରେ ପଇସା ନାହିଁ ।

ସମ୍ବନ୍ଧିତ ଖବର