ପାକିସ୍ତାନକୁ ଋଣଚିନ୍ତା, ‘ସିଲ୍କ୍‌ ରୋଡ୍‌’ ରେଳ ପ୍ରକଳ୍ପ ପାଣ୍ଠି ୨ ବିଲିଅନ୍‌ ଡଲାର କାଟିଲା

ଲାହୋର: ପାକିସ୍ତାନକ୍ୁ ଏବେ ଋଣଚିନ୍ତା ଘାରିଛି। ତେଣୁ ଚୀନ୍‌ ଋଣ ଜାଲରେ ଛନ୍ଦି ହୋଇ ପଡ଼ିଥିବା ପାକିସ୍ତାନ ଏବେ ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ନେତୃତ୍ବରେ ଋଣମୁକ୍ତ ହେବାକୁ ଚେଷ୍ଟା ଚଳାଇଛି। ସିପିଇସି ଅଧୀନରେ ବୃହତ୍ତମ ଚୀନ୍‌ ‘ସିଲ୍କ ରୋଡ୍‌’ ପ୍ରକଳ୍ପ ଲାଗି ଧାର୍ଯ୍ୟ ହୋଇଥିବା ପାଣ୍ଠିରୁ ପାକିସ୍ତାନ ଏବେ ୨ ବିଲିଅନ୍ ଡଲାର କାଟି ‌େଦଇଛି। କରାଚିରୁ ଉତ୍ତରପଶ୍ଚିମ ପେସାୱାରକୁ ସଂଯୋଗ କରୁଥିବା ଏହି ୧୮୭୨ କିମିର ସିଲ୍କ ରୋଡ୍‌ ପ୍ରକଳ୍ପ ପାଇଁ ପ୍ରାରମ୍ଭରେ ୮.୨ ବିଲିଅନ୍‌ ଡଲାର ସ୍ଥିର ହୋଇଥିଲା। କିନ୍ତୁ ଋଣ ବୋଝରେ ପାକିସ୍ତାନ ଏହାକୁ ୬.୨ ବିଲିଅନ୍‌ ଡଲାରକୁ କମାଇ ଦେଇଛି। ପାକିସ୍ତାନ ରେଳ ମନ୍ତ୍ରୀ ସେଖ୍‌ ରସିଦ୍‌ କହିଛନ୍ତି ଯେ ପାକିସ୍ତାନ ଏକ ଗରିବ ରାଷ୍ଟ୍ର ଏବଂ ଏହା ଏତେ ଋଣ ବୋଝ ବହନ କରିପାରିବନି। ତେଣୁ ସିପିଇସି ଅଧୀନରେ ଚୀନଠାରୁ ଏହି ପ୍ରକଳ୍ପ ଲାଗି ପାକିସ୍ତାନ ୮.୨ ବିଲିଅନ ଡଲାର ମୂଲ୍ୟରୁ ୬.୨ ବିଲିଅନ୍‌ ଡଲାରକୁ କମାଇ ଦେଉଛି। ସେହିପରି ଆବଶ୍ୟକ ପଡ଼ି‌େଲ ୬.୨ ବିଲିଅନ୍‌ରୁ ୪.୨ ବିଲିଅନ୍‌ ଡଲାରକୁ ମଧ୍ୟ ପ୍ରକଳ୍ପ ମୂଲ୍ୟକୁ କମାଯିବ ବୋଲି ରସିଦ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର