ଆତଙ୍କବାଦୀଙ୍କୁ ଅର୍ଥଯୋଗାଣ ବନ୍ଦ କରିବାରେ ବିଫଳ ହୋଇଥିବାରୁ କଳା ତାଲିକାଭୁକ୍ତ ହୋଇପାରେ ପାକିସ୍ତାନ

ନୂଆଦିଲ୍ଲୀ : ଆଜିଠାରୁ ଆମେରିକାର ଫ୍ଲୋରିଡାଠାରେ ଆରମ୍ଭ ହେଉଛି ଅନ୍ତର୍ଜାତୀୟ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକ ଉପରେ ପାକିସ୍ତାନୀ ଅର୍ଥନୀତିର ଭାଗ୍ୟ ନିର୍ଭର କରୁଛି । ତେବେ ବୈଠକରୁ ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦ ନିୟନ୍ତରଣ ପାଇଁ ପାକିସ୍ତାନକୁ ଯେଉଁ ୨୭ଟି ଆକ୍ସନ ପଏଣ୍ଟ( କାର୍ଯ୍ୟସୂଚୀ) ଦିଆଯାଇଥିଲା ସେଗୁଡ଼ିକ ମଧ୍ୟରୁ ୨୫ଟି କାର୍ଯ୍ୟ କରିବାରେ ପାକିସ୍ତାନ ସରକାର ବିଫଳ ହୋଇଛନ୍ତି । ଏଣୁ ପାକିସ୍ତାନ ପାଇଁ ଏହି ବୈଠକରୁ କିଛି ଖରାପ ଖବର ମିଳିପାରେ । ଏପରିକି ପାକିସ୍ତାନ କଳା ତାଲିକାଭୁକ୍ତ ହୋଇପାରେ । ଏପରି ହେଲେ ପାକିସ୍ତାନକୁ କୌଣସି ବହୁରାଷ୍ଟ୍ରୀୟ ଆର୍ଥିକ ସଂସ୍ଥା ଋଣ ଦେବେ ନାହିଁ । ଏହା ଫଳରେ ପାକିସ୍ତାନ ଗଭୀର ସଂକଟକୁ ଠେଲି ହୋଇଯାଇପାରେ ।

ସୂଚନାଯୋଗ୍ୟ ଯେ ପ୍ରତିଶ୍ରୁତି ମୁତାବକ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ପାକିସ୍ତାନ ଅନ୍ତର୍ଜାତୀୟ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ) ଦ୍ୱାରା ଗ୍ରେ (ଧୂଷର) ତାଲିକାରେ ରହିିଛି ।ଗତ ବର୍ଷ ପାକିସ୍ତାନ ଗ୍ରସ୍ତରେ ଆସିଥିବା ଏଫଏଟିଏଫର ପ୍ରତିନିଧି ମଣ୍ଡଳ ପାକିସ୍ତାନକୁ ଚେତାବନୀ ଦେଇଥିଲେ ଯେ ଯଦି ଆତଙ୍କବାଦୀ ପାଣ୍ଠିଯୋଗାଣ ବାବଦରେ କଠୋର ପଦକ୍ଷେପ ନ ନିଏ, ତେବେ ବାଧ୍ୟ ହୋଇ ତାହାକୁ କଳା ତାଲିକାଭୁକ୍ତ କରାଯିବ ।

ସମ୍ବନ୍ଧିତ ଖବର