ପାକ୍‌ ଗୃହମନ୍ତ୍ରୀଙ୍କୁ ଗୁଳିମାଡ଼

ଇସଲାମାବାଦ : ପାକିସ୍ତାନ ଗୃହମନ୍ତ୍ରୀ ଏହସାନ ଇକବାଲ ଆଜି ଅଜଣା ଆତତାୟୀଙ୍କ ଗୁଳିମାଡ଼ରେ ଆହତ ହୋଇଛନ୍ତି। ପାକିସ୍ତାନ ମୁସ୍‌୍‌ଲିମ ଲିଗ୍‌ର ବରିଷ୍ଠ ନେତା ଇକ୍‌ବାଲଙ୍କୁ ହତ୍ୟା ଉଦ୍ୟମ ନେଇ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ଇକ୍‌ବାଲ ତାଙ୍କ ଗୃହ ସହର ନରୋଓ୍ଵାଲରେ ଏକ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମୟରେ ଏହି ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣରେ ତାଙ୍କ ହାତରେ ଗୁଳି ବାଜିଥିବା ଜଣାପଡ଼ିଛି। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେ ବିପଦମୁକ୍ତ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଆକ୍ରମଣକାରୀକୁ ତୁରନ୍ତ ଗିରଫ କରିବାରେ ପୁଲିସ ସକ୍ଷମ ହୋଇଛି ବୋଲି ନରୋଓ୍ଵାଲ ଜିଲ୍ଲା ପୁଲିସ ମୁଖ୍ୟ ଇମ୍ରାନ କିଶ୍ୱର କହିଛନ୍ତି। ୩୦ ବୋର୍‌ ପିସ୍ତଲରୁ ମନ୍ତ୍ରୀଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର