ପାକିସ୍ତାନ ଉପରେ ଚଡ଼କ! ଏଫ୍‌ଏଟିଏଫ୍‌ରେ କଳା ତାଲିକାଭୁକ୍ତ କରିବାକୁ ବାଟ ଖୋଲିଦେଲା ଆମେରିକା

ଓ୍ଵାଶିଂଟନ୍‌: ଆତଙ୍କବାଦ ଓ ଆତଙ୍କବାଦୀ ପ୍ରସଙ୍ଗରେ ବେଶ୍‌ କଡ଼ା ଶବ୍ଦ ପ୍ରୟୋଗ କରି ଆମେରିକା ଆଜି ପାକିସ୍ତାନକୁ ଚେତାବନୀ ଶୁଣାଇଛି। ସର୍ବପ୍ରଥମେ ପାକିସ୍ତାନ ତା’ ମାଟିରେ ପାଳିଥିବା ଓ ପୋଷିଥିବା ଲସ୍କର-ଇ- ତୋଏବା, ଜୈସ୍‌-ଇ- ମହମ୍ମଦ, ଜମାତ୍‌-ଉଦ୍‌- ଦାଓ୍ଵା ସମେତ ଅନ୍ୟ ସମସ୍ତ କୁଖ୍ୟାତ ଆତଙ୍କବାଦୀ ସଂଗଠନଗୁଡ଼ିକର ମୂଳୋତ୍ପାଟନ କରିବା ସହ ହାଫିଜ୍‌ ସୟିଦ୍‌ ପରି କୁଖ୍ୟାତ ଆତଙ୍କବାଦୀମାନଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରୁ; ତା’ପରେ ଯାଇ ପାକିସ୍ତାନ ସହ ଅନ୍ୟ ଯାହା କିଛି କଥାବାର୍ତ୍ତା ବୋଲି ଆଜି କହିଛନ୍ତି ୟୁଏସ୍‌ ଷ୍ଟେଟ୍‌ ଡିପାର୍ଟମେଣ୍ଟର ସାଉଥ୍‌ ଆଣ୍ଡ ସେଣ୍ଟ୍ରାଲ୍‌ ଏସିଆନ୍‌ ବ୍ୟୁରୋ ମୁଖ୍‌୍ୟ ଆଲିସ୍‌ େଓ୍ଵଲସ୍‌।

ସଂପ୍ରତି ପ୍ୟାରିସ୍‌ର ବ୍ରସେଲସ୍‌ରେ ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌)ର ବୈଠକ ଚାଲିଥିବା ବେଳେ ଆମେରିକା ପ୍ରଶାସନର ଏ ଚେତାବନୀ ଏବେ ପାକିସ୍ତାନ ଆଖିରୁ ନିଦ ହଜାଇ ଦେଇଛି। କାରଣ, ପାକିସ୍ତାନ ସରକାରଙ୍କ ଦ୍ୱାରା ଆତଙ୍କବାଦୀ ସଂସ୍ଥାଙ୍କୁ ପାଣ୍ଠି ଯୋଗାଣ, ଆତଙ୍କବାଦୀଙ୍କୁ ସୁରକ୍ଷା ପ୍ରଦାନ ଏବଂ ଆତଙ୍କବାଦୀ ସଂଗଠନଗୁଡ଼ିକ ଦ୍ଵାରା ବ୍ୟାପକ ମନି ଲଣ୍ଡରିଂ ମାମଲାକୁ ଗମ୍ଭୀରତାର ସହ ନେଇ ଏଫ୍‌ଏଟିଏଫ୍‌ ଗତ ଜୁନ୍‌ ୨୦୧୮ରେ ପାକିସ୍ତାନକୁ ‘ଗ୍ରେ’ ତାଲିକାଭୁକ୍ତ କରିଥିଲା। ଏଥିସହ ଏଥିରେ ସୁଧାର ପାଇଁ ଏକ ୪୦ ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରି ଏହାକୁ ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ କରିବାକୁ କହିଥିଲା। ହେଲେ, ପାକିସ୍ତାନ ଏଫ୍‌ଏଟିଏଫ୍‌ର ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନକରି କେବଳ ଲୋକ ଦେଖାଣିଆ ଭାବେ ଆତଙ୍କବାଦୀଙ୍କ ବିରୋଧରେ ଉପରଠାଉରିଆ ଭାବେ କିଛି ପଦକ୍ଷେପ ନେଇଥିଲା।

Asian News

ତେବେ, ଆତଙ୍କବାଦ ବିରୋଧରେ ପାକିସ୍ତାନ ନେଇଥିବା ପଦକ୍ଷେପଗୁଡ଼ିକରେ ଏଫ୍‌ଏଟିଏଫ୍‌ ସନ୍ତୁଷ୍ଟ ନହୋଇ ପାକିସ୍ତାନର କାର୍ଯ୍ୟକୁ ସମୀକ୍ଷା କରି ସେହି ଆଧାରରେ ପଦକ୍ଷେପ ନିଆଯିବ ବୋଲି ଏଫ୍‌ଏଟିଏଫ୍‌ ଗତକାଲି (ରବିବାର) ଘୋଷଣା କରିଥିଲା। ଫଳରେ, ପାକିସ୍ତାନକୁ ଏଫ୍‌ଏଟିଏଫ୍‌ କଳା ତାଲିକା ଭୁକ୍ତ କରିବାର ସମ୍ଭାବନା ବଳବତ୍ତର ହୋଇଥିଲା।

ଏହି ପରିପ୍ରେକ୍ଷୀରେ ୟୁଏସ୍‌ ଷ୍ଟେଟ୍‌ ଡିପାର୍ଟମେଣ୍ଟର ସାଉଥ୍‌ ଆଣ୍ଡ ସେଣ୍ଟ୍ରାଲ୍‌ ଏସିଆନ୍‌ ବ୍ୟୁରୋ ମୁଖ୍ୟ ଆଲିସ୍‌ େଓ୍ଵଲସ୍‌ ଆଜି ପାକିସ୍ତାନ୍‌କୁ କଡ଼ା ଚେତାବନୀ ଶୁଣାଇ କହିଛନ୍ତି ଯେ ୪ ଜଣ କୁଖ୍ୟାତ ଆତଙ୍କବାଦୀ ଜାଫର ଇକ୍‌ବାଲ, ୟାହାୟା ଅଜିଜ୍‌, ମହମ୍ମଦ ଅସରଫ୍‌ ଓ ଅବଦୁଲ ସଲାମକୁ ଗିରଫ କରିଛି ବୋଲି ପାକିସ୍ତାନ ଯେଉଁ ଦାବି କରୁଛି ତାହା ସ୍ୱାଗତଯୋଗ୍ୟ ହୋଇପାରେ କିନ୍ତୁ ଯଥେଷ୍ଟ ନୁହେଁ।

Asian News

ଏଫ୍‌ଏଟିଏଫ୍‌ ଦ୍ୱାରା କଳା ତାଲିକାଭୁକ୍ତ ହେବାରୁ ବର୍ତ୍ତିବା ପାଇଁ ପାକିସ୍ତାନ ଏବେ ସମସ୍ତଙ୍କୁ ନେହୁରା ହେଉଥିବା ବେଳେ ୟୁଏସ୍‌ ଷ୍ଟେଟ୍‌ ଡିପାର୍ଟମେଣ୍ଟର ସାଉଥ୍‌ ଆଣ୍ଡ ସେଣ୍ଟ୍ରାଲ୍‌ ଏସିଆନ୍‌ ବ୍ୟୁରୋ ମୁଖ୍ୟ ଆଲିସ୍‌ େଓ୍ଵଲସ୍‌ଙ୍କ ଏ ଚେତାବନୀ ଏବେ ପାକିସ୍ତାନ ପାଇଁ ‘ମୁତ୍ୟୁ ଘଣ୍ଟି’ ସଦୃଶ ହୋଇଛି। କାରଣ, ଏଫ୍‌ଏଟିଏଫ୍‌ ଯଦି ପାକିସ୍ତାନକୁ କଳାତାଲିକା ଭୁକ୍ତ କରିଦିଏ, ତେବେ ବର୍ତ୍ତମାନ ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ପାକିସ୍ତାନ ସଂପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିବ।

ସମ୍ବନ୍ଧିତ ଖବର