ଲାଇଭ୍ ସୋ’ରେ ଭୁଲ ଇଂରାଜୀ ଶବ୍ଦ କହି ସୋସିଆଲ ମିଡିଆରେ ଟ୍ରୋଲ ‌ହେଲେ ପାକିସ୍ତାନୀ ଖବର ଉପସ୍ଥାପିକା

ନୂଆଦିଲ୍ଲୀ: ପାକିସ୍ତାନୀ ନ୍ୟୁଜ୍ ମିଡିଆର ଅନେକ ଭିଡିଓ ପୂର୍ବରୁ ଭାଇରାଲ ହୋଇଛି। ଲାଇଭ୍ ସୋ’ରେ ଖବର ଉପସ୍ଥାପିକା-ଉପସ୍ଥାପକମାନେ କରୁଥିବା ‌ଭୁଲ ପାଇଁ ସେମାନଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଛି। ଏବେ ପୁଣି ଜଣେ ଖବର ଉପସ୍ଥାପିକା ଲାଇଭ୍ ସୋ’ରେ ଭୁଲ ଇଂରାଜୀ କହିଥିବାରୁ ତାଙ୍କୁ ଟ୍ରୋଲ କରାଯାଇଛି।

ସୂଚନା ମୁତାବକ, କିଛି ଦିନ ତଳେ ପାକିସ୍ତାନର ଇସଲାମାବାଦରେ ପାକିସ୍ତାନ ବାୟୁସେନାର ଏକ ଏଫ୍-୧୬ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଉଇଙ୍ଗ୍ କମାଣ୍ଡରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ବିଷୟ‌ରେ ଆଲୋଚନା କରୁଥିବା ପାକିସ୍ତାନର ଖବର ଉପସ୍ଥାପିକା ଭୁଲ ଇଂରାଜୀ ଶବ୍ଦର ବ୍ୟବହାର କରିଥିଲେ। ‘ଇଜେକ୍ଟଡ୍’ ସ୍ଥାନରେ ସେ ‘ଏଜାକୁଲେଟେଡ୍’ କହିଥିବା ଭିଡିଓରେ ସ୍ପଷ୍ଟ ଜଣା ପଡ଼ୁଛି। ଏବେ ସେହି ସମୟର ଭିଡିଓ ଟୁଇଟ୍ କରି ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଖବର ଉପସ୍ଥାପିକା ଜଣଙ୍କ ପାକିସ୍ତାନର ନିଓ ଟିଭିରେ କାମ କରୁଥିବା ବେଳେ ତାଙ୍କର ଏଭଳି ଭୁଲ ପାଇଁ ଏବେ ତାଙ୍କୁ ପରିହାସର ଶିକାର ହେବାକୁ ପଡ଼ିଛି।

ଭିଡିଓରେ ସେ କହୁଛନ୍ତି କି, ଯେଉଁ ସମୟରେ ଉଇଙ୍ଗ୍ କମାଣ୍ଡର ନିଜକୁ ବିମାନ ମଧ୍ୟରୁ ବାହାର କରିବାରେ ଲଗାଇ ପାରିଥାନ୍ତେ, ସେହି ସମୟ ସେ ବିମାନକୁ ଜନଶୂନ୍ୟ ସ୍ଥାନକୁ ନେବାରେ ଲଗାଇଥିଲେ। ଏଠାରେ ବାହାର କରିବାର ଇଂରାଜୀ ଶବ୍ଦ ‘ଇଜେକ୍ଟଡ’ ସ୍ଥାନରେ ସେ ‘ଏଜାକୁଲେଟେଡ୍’ ଶବ୍ଦ ବ୍ୟବହାର କରିଥିଲେ।

ସମ୍ବନ୍ଧିତ ଖବର