କୋର୍ଟକୁ ପ୍ରମାଣ ଦେଉନାହିଁ ପାକିସ୍ତାନ, ଛାଡ଼ ପାଇବ ହାଫିଜ୍‌ ସୟିଦ

ଲାହୋର: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦ ଏବେ ପାକିସ୍ତାନରେ ନଜରବନ୍ଦୀ ରହିଥିଲେ ମଧ୍ୟ ତା’ ବିରୋଧରେ ଲାହୋର ହାଇକୋର୍ଟଙ୍କୁ ପାକିସ୍ତାନ ସରକାର କୌଣସି ପ୍ରମାଣ ଦେଉନାହାନ୍ତି। ହାଫିଜ ବିରୋଧରେ ଅନେକ ବର୍ବର ଅପରାଧର ଲମ୍ବା ତାଲିକା ରହିଥିଲେ ମଧ୍ୟ ପାକିସ୍ତାନ ସରକାର ପ୍ରମାଣ ଦାଖଲ କରୁନଥିବାରୁ କୋର୍ଟ ରାୟ ହାଫିଜ ସପକ୍ଷରେ ଯିବା ସମ୍ଭାବନା ଦେଖାଦେଇଛି। ଭାରତ ସରକାର ହାଫିଜ୍‌ ବିରୋଧରେ ଅନେକ ବଳିଷ୍ଠ ପ୍ରମାଣ ପାକିସ୍ତାନକୁ ଦେଇଥିଲେ ମଧ୍ୟ ପାକ୍‌ ସରକାର ଏହାକୁ ଅଣଦେଖା କରିଚାଲିଛନ୍ତି। ଜମାତ ଉଦ୍‌ ଦାଓ୍ଵାର ମୁଖିଆ ହାଫିଜ ସୟିଦ ଜାନୁଆରି ମାସରୁ ଗୃହବନ୍ଦୀ ହୋଇ ରହିଛି । ଏହା ବିରୋଧରେ ହାଫିଜ ଲାହୋର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା। କୋର୍ଟ ସରକାରଙ୍କୁ ହାଫିଜ ବିରୋଧରେ ପ୍ରମାଣ ମାଗିଥିଲେ ମଧ୍ୟ ସରକାର ଏହା ଦାଖଲ କରିନାହାନ୍ତି। ହାଫିଜ ବିରୋଧରେ ଅନେକ ବର୍ବର ଅପରାଧର ଲମ୍ବା ତାଲିକା ରହିଥିଲେ ମଧ୍ୟ ପାକିସ୍ତାନ ସରକାର ପ୍ରମାଣ ଦାଖଲ କରୁନଥିବାରୁ କୋର୍ଟ ରାୟ ହାଫିଜ ସପକ୍ଷରେ ଯିବା ସମ୍ଭାବନା ଦେଖାଦେଇଛି। ଭାରତ ସରକାର ହାଫିଜ୍‌ ବିରୋଧରେ ଅନେକ ବଳିଷ୍ଠ ପ୍ରମାଣ ପାକିସ୍ତାନକୁ ଦେଇଥିଲେ ମଧ୍ୟ ପାକ୍‌ ସରକାର ଏହାକୁ ଅଣଦେଖା କରିଚାଲିଛନ୍ତି। ଜମାତ ଉଦ୍‌ ଦାଓ୍ଵାର ମୁଖିଆ ହାଫିଜ ସୟିଦ ଜାନୁଆରି ମାସରୁ ଗୃହବନ୍ଦୀ ହୋଇ ରହିଛି । ଏହା ବିରୋଧରେ ହାଫିଜ ଲାହୋର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା। କୋର୍ଟ ସରକାରଙ୍କୁ ହାଫିଜ ବିରୋଧରେ ପ୍ରମାଣ ମାଗିଥିଲେ ମଧ୍ୟ ସରକାର ଏହା ଦାଖଲ କରିନାହାନ୍ତି।

ସମ୍ବନ୍ଧିତ ଖବର