ସୀମାରେ ମୃତୟନ ଥିବା ଲଢୁଆ ବିମାନ ହଟାଅ, ତାପରେ ବାୟୁସୀମା ଖୋଲିବୁ : ଭାରତକୁ କହିଲା ପାକିସ୍ତାନ

ଇସ୍ଲାମାବାଦ : ଭାରତ ପକ୍ଷରୁ ଉତ୍ତେଜନା ହ୍ରାସ ନହେବା ପର୍ଯ୍ୟନ୍ତ ନିଜର ବାୟୁସୀମାକୁ ଖୋଲିବ ନାହିଁ ବୋଲି ଇସ୍ଲାମାବାଦ ସ୍ପଷ୍ଟ କରିଦେଇଛି । ପାକିସ୍ତାନର ବିମାନ ଚଳାଚଳ ସଚିବ ଶାହରୁଖ ନୁସରତ କହିଛନ୍ତି ଯେଭାରତୀୟ ବାୟୁସେନା ପାକିସ୍ତାନ ସୀମାକୁ ଲାଗିଥିବା ନିଜର ଫରଓ୍ଵାର୍ଡ ବେସରୁ ଲଢୁଆ ବିମାନ ନ ହଟାଇବା ପର୍ଯ୍ୟନ୍ତ ବାୟୁସୀମା ଖୋଲିବା ସମ୍ଭବ ନୁହେଁ । ଏ ସଂପର୍କରେ ନୁସରତ ପାକିସ୍ତାନର ବିମାନଚଳାଚଳ ସଂପର୍କିତ ସିନେଟ ସ୍ଥାୟୀ କମିଟିକୁ ଅବଗତ କରାଇଛନ୍ତି ।

ଗତ ଫେବ୍ରୁଆରୀ ୨୬ରେ ବାଲାକୋଟରେ ଥିବା ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ବିମାନ ଆକ୍ରମଣ କରିଥିଲା । ଏହାପରଠାରୁ ପାକିସ୍ତାନ ସବୁପ୍ରକାରର ବେସରକାରୀ ବିମାନ ପାଇଁ ନିଜର ବାୟୁସୀମାକୁ ବନ୍ଦ କରିଦେଇଛି । ଆକାଶସୀମା ବନ୍ଦ ଫଳରେ ବେସାମରିକ ବିମାନ ପାକିସ୍ତାନ ଉପରଦେଇ ଉଡିପାରୁନାହିଁ । ଏଥିପାଇଁ ପାକିସ୍ତାନ କୋଟି କୋଟିି ଡଲାର ରାଜସ୍ୱ ହରାଉଛି । ଗତ ଏପ୍ରିଲରେ ପାକିସ୍ତାନ ନିଜର ଆକାଶସୀମାର ମୋଟ ୧୧ଟି ରୁଟରୁ ଗୋଟିଏ ରୁଟ ଖୋଲିଥିଲା । କିନ୍ତୁ ଏବେବି ଆହୁରି ୧୦ଟି ରୁଟ ବନ୍ଦ ଅଛି । ଏହା ଦ୍ୱାରା ଭାରତ ସମେତ ଅନେକ ବିଦେଶୀ ବିମାନକମ୍ପାନି ମଧ୍ୟ କ୍ଷତି ସହୁଛନ୍ତି । ଏହା ସତ୍ତ୍ୱେ ପାକିସ୍ତାନ ବାୟୁସୀମାକୁ ଖୋଲିବାକୁ ସାହସ ଜୁଟାଇପାରୁନାହିଁ ।

ସମ୍ବନ୍ଧିତ ଖବର