ଛାନିଆ ହେଲେଣି ପାକ ସେନାମୁଖ୍ୟ: ଦେବାଳିଆ ହେବାକୁ ଯାଉଛି ପାକିସ୍ତାନ୍ !

ଇସଲାମାବାଦ: ପାକିସ୍ତାନ ଏବେ ଦେବାଳିଆ ହେବା ଦିଗକୁ ଗତି କରୁଛି । ଆଗାମୀ ଦିନରେ ଏହା ହୁଏତ ଦେବାଳିଆ ଦେଶର ତାଲିକାରେ ପାକିସ୍ତାନର ନାଁ ଆସିଯାଇ ପାରେ। ଏହି ପରିସ୍ଥିତିକୁ ବିଚାର କରି ଡରିଗଲାଣି ପାକିସ୍ତାନର ଶାସକ ଓ ସାମରିକ ଗୋଷ୍ଠୀ। ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବା ଲାଗି ପ୍ରଚୁର ଅର୍ଥ ଦରକାର ହେଉଥିବା ବେଳେ ଅର୍ଥାଭାବ ପାକିସ୍ତାନକୁ ଅଡ଼ୁଆରେ ପକାଇ ଦେବାର ସ୍ଥିତି ଦେଖା ଦେଇଛି।

ଏ ନେଇ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ଆର୍ନ୍ତଜାତୀୟ ବଜାରରୁ ମାତ୍ର ତିନି ମାସ ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ଆମଦାନୀ କରିବା ପାଇଁ ପାକିସ୍ତାନ ପାଖରେ ଡଲାର ରହିଛି । ତିନି ମାସ ପରେ ପାକିସ୍ତାନ କ’ଣ କରିବ ସେ କଥା ନିଜେ ବୁଝିପାରୁନି । ପ୍ରାୟ ୧୨ରୁ ୧୬ ସପ୍ତାହ ମଧ୍ୟରେ ପାକିସ୍ତାନର ଦେବାଳିଆ ପରିସ୍ଥିତି ବିଶ୍ୱ ସମୁଦାୟ ସାମ୍ନାକୁ ଆସିଯିବ ।

CT Viewpoints

ଆଗାମୀ ଦିନରେ ଦେବାଳିଆ ଦେଶ ମଧ୍ୟରେ ନାଁ ଆସିବାକୁ ଥିବାରୁ ପାକିସ୍ତାନ ମନରେ ଛନକା ପଶିଛି । ଏପରିକି ପାକିସ୍ତାନ ସେନାମୁଖ୍ୟ ଜାଭେଦ ବାଜୱା ଏ ନେଇ ଇଙ୍ଗିତ କରିସାରିଲେଣି । କରାଚୀରେ ବାଜୱା କହିଛନ୍ତି ଯେ, ପାକିସ୍ତାନ ଏବେ ଋଣ ଭାରରେ ବୁଡି ରହିଛି । ତେଣୁ ଦେଶରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତା ଛଡା କେବଳ ସୈନ୍ୟ ବଳରେ କୌଣସି ଦେଶକୁ ଚଳାଯାଇପାରିବ ନାହିଁ । ବାଜୱାଙ୍କ ଏଭଳି ମନ୍ତବ୍ୟ ଏବେ ଚର୍ଚ୍ଚାକୁ ଆସିଛି । ଯେଉଁ ଦେଶର ସେନାମୁଖ୍ୟ କିଛିଦିନ ପୂର୍ବେ ଅନ୍ୟ ଦେଶକୁ ଧ୍ୱଂସ କରିବାର ଧମକ ଦେଉଥିଲା ସେହି ବ୍ୟକ୍ତି ଏବେ ପାକିସ୍ତାନର ଏଭଳି ଅବସ୍ଥା ଦେଖି ହାତ ଟେକି ଦେଇଛନ୍ତି । ସେ ଋଷର ମଧ୍ୟ ଉଦାହରଣ ଦେଇଥିଲେ । ଋଷର ମଧ୍ୟ ବିଶ୍ୱର ସବୁଠାରୁ ବଡ ସୈନ୍ୟବାହିନୀ ଥିଲା କିନ୍ତୁ ଆର୍ଥିକ ସ୍ଥିତି ଖରାପ ଯୋଗୁଁ ରଷ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ।

ଦେବାଳିଆ ହେବା ଭୟରେ ଡରିଯାଇଛି ପାକିସ୍ତାନ । କିନ୍ତୁ ତଥାପି ନିଜ ପ୍ରକୃତି ଛାଡୁନି । ଏବେ ମଧ୍ୟ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଛି ପାକିସ୍ତାନ । କିନ୍ତୁ ଏଭଳି କରିବା ଦ୍ୱାରା ପାକିସ୍ତାନ ନିଜ ଆଡକୁ ଅଧିକ ବିପଦ ଡାକି ଆଣୁଛି । କାରଣ ପୂର୍ବରୁ ଆତଙ୍କବାଦୀ ଦମନ ନାଁରେ ପାକିସ୍ତାନ ବିଶ୍ୱ ସମୁଦାୟ ତଥା ଆମେରିକା ଠାରୁ ଯେଉଁଭଳି ଭାବେ ଅର୍ଥ ସଂଗ୍ରହ କରୁଥିଲା ତାହା ଏବେ ବନ୍ଦ ହୋଇଯାଇଛି । ଏପରିକି ପାକିସ୍ତାନକୁ ଏବେ ‘ଆତଙ୍କିସ୍ତାନ’ର ଆଖ୍ୟା ମିଳିଛି । ଏପରିକି ଋଣ ଭାରରେ ବୁଡି ରହିଥିବା ପାକିସ୍ତାନ ଅନେକ ସମୟରେ ବିଶ୍ୱ ସମୁଦାୟ ମୁଣ୍ଡ ନୁଆଁଉଛି ସତ କିନ୍ତୁ ଆତଙ୍କବାଦୀ କାଯ୍ୟକଳାପରୁ ନିବୃତ ରହୁନାହିଁ ।

ସମ୍ବନ୍ଧିତ ଖବର