ଏଣିକି ପାକିସ୍ତାନରେ ବିମାନ ବନ୍ଦରରେ ଭିଆଇପିଙ୍କୁ ମିଳିବ ନାହିଁ ‘ସ୍ବତନ୍ତ୍ର ସେବା’

ଇସ୍‌ଲାମ୍‌ବାଦ: ପାକିସ୍ତାନର ନୂଆ ସରକାର ଖର୍ଚ୍ଚ ଉପରେ ଲଗାମ ଲଗାଇବାକୁ ଯାଇ ଏଣିକି ବିମାନ ବନ୍ଦରରେ ଭିଆଇପି ସେବା ମିଳିବ ନାହିଁ ବୋଲି କହିଛନ୍ତି। ନେତା, ସେନା ଅଧିକାରୀ, ବିଚାରପତିଙ୍କ ସମେତ ଅନ୍ୟ ପ୍ରଭାବଶାଳୀ ଲୋକଙ୍କ ପାଇଁ ବିମାନ ବନ୍ଦରରେ ଭିଆଇପି ସେବା ଉପରେ ଅଙ୍କୁଶ ଲଗାଇଛନ୍ତି।

ପ୍ରକାଶିତ ଖବର ମୁତାବକ, ବିମାନ ବନ୍ଦରରେ କୌଣସି ଭେଦଭାବ ବିନା ସମସ୍ତ ଯାତ୍ରୀଙ୍କୁ ସମାନ ସୁବିଧା ଦିଆଯିବା ନିଷ୍ପତ୍ତିକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏହାର କିଛିଦିନ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ସରକାର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସମେତ ଅଧିକାରୀ ତଥା ନେତାଙ୍କୁ ସରକାରୀ ପାଣ୍ଠିକୁ ଖୋଲା ମନରେ ଖର୍ଚ୍ଚ କରିବା ଓ ପ୍ରଥମ ଶ୍ରେଣୀ ବିମାନ ଯାତ୍ରା କରିବା ଉପରେ ଅଙ୍କୁଶ ଲଗାଇଥିଲେ। ଗୃହ ମନ୍ତ୍ରାଳୟ ଏଫଆଇଏଙ୍କୁ ନିର୍ଦ୍ଦେଶ ଦେଇଥିଲେ କି କୌଣସି ବି ସରକାରୀ ଅଧିକାରୀ କିମ୍ବା ଅନ୍ୟ ଭିଆଇପିଙ୍କୁ ବିମାନ ବନ୍ଦରରେ ପ୍ରୋଟୋକଲ ଦିଆଯିବ ନାହିଁ। ଭିଆଇପି ପ୍ରୋଟୋକଲ ଏଫଆଇଏ ଦେଇ ଥାଆନ୍ତି।

ସମ୍ବନ୍ଧିତ ଖବର