ପାକ୍‌-ଅଧିକୃତ କଶ୍ମୀରରେ ପାକିସ୍ତାନୀ ଜାତୀୟ ପତାକା ଉତ୍ତୋଳନ କଲେ ଇମ୍ରାନ ଖାଁ

ନୂଆଦିଲ୍ଲୀ : ଆଜି ହେଉଛି ପାକିସ୍ତାନର ସ୍ୱାଧୀନତା ଦିବସ । ତେବେ ପାକିସ୍ତାନ ସରକାର ଆଜିର ଦିନକୁ କଶ୍ମୀର ସମର୍ଥନ ଦିବସ ଭାବେ ପାଳନ କରୁଛି । ଆସନ୍ତା କାଲି ଭାରତର ସ୍ୱାଧୀନତା ଦିବସକୁ ପାକିସ୍ତାନ କଳା ଦିବସ ଭାବରେ ପାଳନ କରିବ । ଭାରତ ସରକାର ଜମ୍ମୁ ଓ କଶ୍ମୀର ଉପରୁ ଧାରା ୩୭୦ ଉଠାଇବା ପ୍ରତିବାଦରେ ପାକିସ୍ତାନ ସରକାର ଏହି ପଦକ୍ଷେପ ନେଇଛନ୍ତି । ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପାକ ଅଧିକୃତ କଶ୍ମୀରର ରାଜଧାନୀ ମୁଜାଫରାବାଦ ଗସ୍ତରେ ଯାଇ ସେଠାକାର ବିଧାନସଭାରେ ଉଦବୋଧନ ଦେବା ସହ ପାକିସ୍ତାନ ପତାକା ଉତ୍ତୋଳନ କରିଛନ୍ତି । ସୂଚନାଯୋଗ୍ୟ ଯେ ପାକ୍‌ ଅଧିକୃତ କଶ୍ମୀରକୁ ମଧ୍ୟ ନିଜର ଅଂଚଳ ବୋଲି ଭାରତ ସରକାର ଘୋଷଣା କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଶ୍ମୀରରୁ ଧାରା ପ୍ରତ୍ୟାହାର କରି ଏକ ବଡ଼ ଭୁଲ କରିଦେଇଛନ୍ତି । ନିଜ ଅଜାଣତରେ ସେ କଶ୍ମୀର ସମସ୍ୟାକୁ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗରେ ପରିଣତ କରିଦେଇଛନ୍ତି । ଏବେ ସମଗ୍ର ବିଶ୍ୱର ନଜର କଶ୍ମୀର ଓ ପାକିସ୍ତାନ ଉପରେ ରହିଛି । କଶ୍ମୀରରେ କର୍ଫ୍ୟୁ ଉଠିଲା ପରେ ସେଠାରେ କ’ଣ ଦେଖିବାକୁ ମିଳିବ ତାହା ଭାବିଲେ ଭଲ ଲାଗୁଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର