କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ଲାଗି ପ୍ରସ୍ତାବ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ସୋମବାର ହ୍ଵାଇଟ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ସହ ସାକ୍ଷାତ କରିଛନ୍ତି । ଏହି ଆଲୋଚନା କାଳରେ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ଡୋନାଲ୍ଟ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ପ୍ରସଙ୍ଗରେ ମୋ ସହ ଆଲୋଚନା କରିଛନ୍ତି । ଟ୍ରମ୍ପ ଇମ୍ରନ୍‌ଙ୍କୁ ଏହା ମଧ୍ୟ କହିଛନ୍ତି ମୁଁ ଯଦି ଏହି ପ୍ରସଙ୍ଗରେ କିଛି ସାହାଯ୍ୟ କରିପାରେ ତାହାଲେ ନିଶ୍ଚିନ୍ତ କରିବି ।

ସମ୍ବନ୍ଧିତ ଖବର