ନବ ନିର୍ବାଚିତ ଭାରତ ସରକାରଙ୍କ ସହ କଥା ହୋଇ ଶାନ୍ତିପ୍ରତିଷ୍ଠା ପାଇଁ ଚିନ୍ତା କରୁଛି ପାକ୍‌

ନୂଆଦିଲ୍ଲୀ: ବିପୁଳ ସଂଖ୍ୟକ ଭୋଟ୍‌ ପାଇ ବିଜୟୀ ହୋଇଛି ବିଜେପି। କେନ୍ଦ୍ରରେ ପୁଣି ମୋଦି ସରକାର। ପୁଣି ଥରେ ସରକାର ଗଢ଼ିବ ବିଜେପି। ଦେଶରେ ପୁଣି ଥରେ ଆରମ୍ଭ ହେବ ମୋଦି ଯୁଗ। ତେବେ ମୋଦି ପୁଣି ଥରେ ସରକାର ଗଢ଼ିବା ନେଇ ଦେଶବାସୀ ଯେତିକି ଉତ୍ସାହିତ ତା’ଠାରୁ ଅଧିକ ଚିନ୍ତାରେ ପାକିସ୍ତାନ। ୨୦୧୯ ଲୋକସଭା ର୍ନିବାଚନରେ ମୋଦିଙ୍କ ବିଜୟ ପରେ ବଦଳିଯାଇଛି ପଡ଼ୋଶୀ ଦେଶର ସ୍ୱର। ସବୁବେଳେ ଭାରତ ସହ ଶତ୍ରୁତା କରୁଥିବା ଦେଶ ଆଜି ବନ୍ଧୁତାର ହାତ ବାଇବା ପାଇଁ ପ୍ରସ୍ତୁତ। ମୋଦି ଯୁଗରେ କେଉଁଠି ନା କେଉଁଠି ଭୟଭୀତ ହୋଇଯାଇଛି ପାକିସ୍ତାନ। ପାକିସ୍ତାନ ଏବେ ଭୟରେ ରହୁଛି ବୋଲି ମଧ୍ୟ କୁହାଯାଇପାରେ।

ଅହିନକୂଳ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇବା ପାଇଁ ଚାହୁଁଛି ପାକିସ୍ତାନ। ଏବେ ଶତ୍ରୁତା ଛାଡ଼ି ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ପ୍ରସ୍ତୁତ। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେସି କହିଛନ୍ତି ଭାରତ ସହ ଆଲୋଚନା ପାଇଁ ପ୍ରସ୍ତୁତ। ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ଓ ସମୃଦ୍ଧି ପାଇଁ ଆଲୋଚନା କରି ମାମଲାର ସମାଧାନ କରିବା ଆବଶ୍ୟକ। ସେହିପରି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଗୁରୁବାର ଦିନ ବିଜୟ ନେଇ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ମିଳିତ ଭାବେ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର