ଅସ୍ତ୍ରବିରତି ପାଇଁ ଭାରତକୁ ପାକିସ୍ତାନର ଅନୁରୋଧ, କିନ୍ତୁ ନିଜ ପଟୁ ଗୁଳିବର୍ଷଣ ଜାରି ରଖିଛି

ଶ୍ରୀନଗର : ପାକିସ୍ତାନକୁ ବିଶ୍ୱାସ କରିବା ସାପକୁ ବିଶ୍ୱାସ କରିବା ସହିତ ସମାନ । ବିଶ୍ୱାସଘାତକତା ପାକିସ୍ତାନର ରକ୍ତରେ ମୂଳରୁ ହିଁ ରହିଆସିଛି । ଏହା ପୁଣି ଥରେ ପ୍ରମାଣିତ ହୋଇଯାଇଛି ।

କିଛି ଦିନ ତଳେ ଭାରତୀୟ ସେନାର ପ୍ରବଳ ଆକ୍ରମଣରେ ନିୟନ୍ତ୍ରଣ ରେଖା ସେପଟେ ଥିବା ଆତଙ୍କବାଦୀ ଶିବିର ଗୁଡ଼ିକ ଧ୍ୱଂସ ହେବା ସହ ପାକିସ୍ତାନ ପକ୍ଷର ଅନେକ କ୍ଷୟକ୍ଷତି ହୋଇଥିଲା । ଏହି ଆକ୍ରମଣରେ ପାକିସ୍ତାନର କେତେକ ଯବାନଙ୍କ ସହ ଆତଙ୍କବାଦୀମାନେ ମଧ୍ୟ ପ୍ରାଣ ହରାଇଥିଲେ । ଛାନିଆ ହୋଇ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଭାରତରୁ ଅନୁରୋଧ କରାଗଲା । ଦୁଇଦିନ ତଳେ ପାକିସ୍ତାନ ପକ୍ଷରୁ ମିଲିଟାରୀ ସ୍ତରରେ ଭାରତକୁ ଅନୁରୋଧ କରାଗଲା ଯେ ପିଓକେ (ପାକ ଅଧିକୃତ କଶ୍ମୀର)କୁ କେତେକ ଅନ୍ତର୍ଜାତୀୟ ସାମ୍ବାଦିକ ଆସିଛନ୍ତି । ଏଣୁ ଭାରତୀୟ ସେନା ଗୁଳିବର୍ଷଣକୁ ବନ୍ଦ କରୁ, ପାକିସ୍ତାନୀ ପକ୍ଷରୁ ମଧ୍ୟ ଗୁଳିବର୍ଷଣ ହେବ ନାହିଁ । ଭାରତ ପକ୍ଷରୁ ମଧ୍ୟ କିଛି ସମୟ ପାଇଁ ଏହାକୁ ପାଳନ କରାଗଲା । କିନ୍ତୁ ନିଜେ ପାକିସ୍ତାନ ଏହାକୁ ପାଳନ କଲାନାହିଁ । ପାକିସ୍ତାନ ପଟୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯିବାର ବାଧ୍ୟ ହୋଇ ଭାରତ ଏହାର ଜବାବ ଦେଉଛି ।

ସମ୍ବନ୍ଧିତ ଖବର