ଦିନକୁ ଦିନ ମୂଲ୍ୟହୀନ ହେଉଛି ପାକିସ୍ତାନୀ ଟଙ୍କା, ଡଲାର ତୁଳନାରେ ୧୬୨କୁ ଖସିଲା ,ଏକ ବର୍ଷ ମଧ୍ୟରେ ୨୫୦ ତଳକୁ ଖସିବା ଆଶଙ୍କା

ଇସ୍ଲାମାବାଦ : ପାକିସ୍ତାନ ଏବେ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି । ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଏବେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ପାକିସ୍ତାନୀ ଟଙ୍କା ଏବେ ଦିନକୁ ଦିନ ଅଧିକ ଦୁର୍ବଳ ହେଉଛି । ଆଜି ୟୁଏସ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ୧୬୨ ତଳକୁ ଖସିଯାଇଛି । ଆଇଏମଏଫ ଦ୍ୱାରା ପାକିସ୍ତାନକୁ ୬ ବିଲିୟନ ଡଲାର ଋଣ ପ୍ୟାକେଜ ପ୍ରଦାନ ପାଇଁ ଯେଉଁ ସର୍ତ୍ତ ଆରୋପ କରାଯାଇଛି ତାହା ପରେ ପାକିସ୍ତାନୀ ଟଙ୍କା ଖସିଚାଲିଛି ।

Image Source: Hindustan Times

ସ୍ଥିତି ଏପରି ରହିଲେ ଆସନ୍ତା ଏକ ବର୍ଷ ମଧ୍ୟରେ ପାକିସ୍ତାନୀ ଟଙ୍କାର ଦ୍ରୁତ ଅବମୂଲ୍ୟାଙ୍କନ ହୋଇଯିବ । ଏପରିକି ଏହା ଡଲାର ପିଛା ୨୫୦ ପାକିସ୍ତାନୀ ଟଙ୍କାରେ ପହଞ୍ଚିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ପାକିସ୍ତାନର ଜଣେ ବରିଷ୍ଠ ଅର୍ଥନିତିଜ୍ଞ କାଇଜର ବେଙ୍ଗାଲି ।
ଆଇଏମଏଫ ଓ ବିଶ୍ୱ ବ୍ୟାଙ୍କ ଋଣ ବଦଳରେ ପାକିସ୍ତାନ ଉପରେ ଯେଉଁ ସର୍ତ୍ତମାନ ଲଗାଇଛନ୍ତି ତାହା ଦେଖିଲେ ଜଣାଯାଉଛି ଯେ ଆସନ୍ତା କିଛି ବର୍ଷ ପର୍ଯ୍ୟନ୍ତ ଦେଶର ଅର୍ଥନୀତି ଏହି ଦୁଇ ବହୁରାଷ୍ଟ୍ରୀୟ ଆର୍ଥିକ ସଂସ୍ଥା ନିୟନ୍ତ୍ରଣରେ ରହିବ ।

ସମ୍ବନ୍ଧିତ ଖବର