ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାରତୀୟ ଗୀତ ଗାଇବାରୁ ପାକିସ୍ତାନୀ ସ୍କୁଲ୍‌ର ପଞ୍ଜିକରଣ ରଦ୍ଦ୍‌

ଇସ୍‌ଲାମବାଦ୍‌: ଏକ ସାଂସ୍କୃତିକ ଉତ୍ସବରେ କିଛି ଛାତ୍ରଛାତ୍ରୀ ଏକ ଭାରତୀୟ ଗୀତ ଗାଇ ଭାରତୀୟ ଜାତୀୟ ପତାକା ଉଡ଼ାଇବା ପରେ ‘ଜାତୀୟ ସ୍ୱାଭିମାନ’ କ୍ଷୁର୍ଣ୍ଣ ହୋଇଛି ଦର୍ଶାଇ ପାକିସ୍ତାନର କରାଚୀରେ ଥିବା ସ୍କୁଲ୍‌ର ପଞ୍ଜିକରଣକୁ ବାତିଲ କରି ଦିଆଯାଇଛି। ଏ ନେଇ ସ୍କୁଲ୍‌ ପରିଚାଳକଙ୍କୁ ବୁଧବାର ଏକ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

ଗତ ସପ୍ତାହରେ ଘଟିଥିବା ଏହି ଘଟଣାଟି ଏବେ ସାମ୍ନାକୁ ଆସିଛି। ଉକ୍ତ ଉତ୍ସବର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଲୋକମାନେ ସମାଲୋଚନା କରିବା ଆରମ୍ଭ କରିଥିଲେ। ଭାରତୀୟ ସଂସ୍କୃତିକୁ ପ୍ରୋତ୍ସାହିତ କରୁଥିବା ଦର୍ଶାଯାଇ ‘ମାମା ବେବି ସେଣ୍ଟର୍‌ କେମ୍ରିଜ୍‌ ସ୍କୁଲ୍‌’ର ପଞ୍ଜିକରଣକୁ ବାତିଲ କରାଯାଇଥିବା ସୂଚନା ରହିଛି।

ଏହି ଘଟଣାର ତଦନ୍ତ କରିବା ଡାଇରେକ୍ଟୋରେଟ୍‌ ଅଫ୍‌ ଇନ୍‌ସ୍ପେକ୍‌ସନ୍‌ ଆଣ୍ଡ୍‌ ରେଜିଷ୍ଟ୍ରେସନ୍‌ ଅଫ୍‌ ପ୍ରାଇଭେଟ୍‌ ଇନ୍‌ଷ୍ଟିଟ୍ୟୁସନ୍‌ ସିନ୍ଧ(ଡିଆଇଆର୍‌ପିଆଇଏସ୍‌) ୩ ଜଣିଆ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଥିଲା। ଡିଆଇଆର୍‌ପିଆଇଏସର ରେଜିଷ୍ଟ୍ରାର୍‌ ରାଫିଆ ଜାଭେଦ କହନ୍ତି, ‘ଏପରି ଭାବେ ଭାରତୀୟ ପତାକା ପ୍ରଦର୍ଶନ କରିବା ସହ ଭାରତୀୟ ଗୀତ ଗାଇବା ଜାତୀୟ ସ୍ୱାଭିମାନ ବିରୋଧୀ କାର୍ଯ୍ୟ। ଯାହାକି କୌଣସି ମତେ ସହ୍ୟ କରାଯିବ ନାହିଁ।’

ସମ୍ବନ୍ଧିତ ଖବର