“ଭାରତକୁ କୁହ, ଆମ ସହିତ କଥାବାର୍ତ୍ତା କରୁ” ଆମେରିକାକୁ ଅନୁରୋଧ କଲା ପାକିସ୍ତାନ

ଇସ୍ଲାମାବାଦ: ପାକିସ୍ତାନର ବାରମ୍ବାର କଥାବାର୍ତ୍ତା ପ୍ରସ୍ତାବକୁ ଭାରତ କର୍ଣ୍ଣପାତ କରୁନଥିବାରୁ ପାକିସ୍ତାନ ଏବେ ଆମେରିକାର ସହଯୋଗ ଲୋଡିଛି । ଗତକାଲି ପାକିସ୍ତାନ ଗ୍ରସ୍ତରେ ଯାଇଥିବାବେଳେ ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପେଓଙ୍କ ନିକଟରେ ପାକିସ୍ତାନ ତରଫରୁ ଏହି ଦାବି ରଖାଯାଇଛି । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସୀ କହିଛନ୍ତି ଯେ ସୀମାପାର ଗୁଳିଚାଳନା ଯୋଗୁଁ ଉଭୟ ପକ୍ଷର ଅନେକ ସାଧାରଣ ଲୋକ ମୃତାହତ ହେଉଛନ୍ତି । ସେ କହିଛନ୍ତି ଯେ ଯଦି ଭାରତକୁ ଲାଗିଥିବା ସୀମାରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ, ତେବେ ପାକିସ୍ତାନ ଆଫଗାନ ସୀମା ଉପରେ ଅଧିକ ନଜର ରଖିପାରିବ ।

ସୂଚନାଯୋଗ୍ୟ ଯେ ପାକିସ୍ତାନ ଏବେ ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହେଉଛି । ଏହି ଦେଶକୁ ଋଣ ଦେବାକୁ କେହି ରାଜି ହେଉନାହାନ୍ତି । ଆତଙ୍କବାଦକୁ ସମର୍ଥନ ଦେଉଥିବା ଦେଶ ହିସାବରେ ପାକିସ୍ତାନ ସାରା ବିଶ୍ୱରେ ବଦନାମ ହୋଇଯାଇଛି । ପାକିସ୍ତାନ ହିଁ ଭାରତକୁ ଆତଙ୍କବାଦୀ ପଠାଇ ଆତଙ୍କଲୀଳା ଲଗାଉଥିବା ସାରା ବିଶ୍ୱ ଜାଣିଯାଇଛି । ଏହି କାରଣରୁ ଭାରତ ସରକାର ପାକିସ୍ତାନ ସହ କଥାବାର୍ତ୍ତା ବନ୍ଦ କରିଦେଇଛନ୍ତି । ଆତଙ୍କବାଦ ବନ୍ଦ ନହେଲେ କଥାବାର୍ତ୍ତା ସମ୍ଭବ ନୁହେଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି । ପାକିସ୍ତାନ ଏବେ ବୁଝିପାରିଛି ଯେ ଭାରତ ସହ କଥାବାର୍ତ୍ତା ଆରମ୍ଭ ନକଲେ ସାରା ବିଶ୍ୱର ଭରସା ଫେରିବ ନାହିଁ । କିନ୍ତୁ ମୋଦି ପାକିସ୍ତାନର ଅନୁରୋଧ ପ୍ରତି ଗୁରୁତ୍ୱ ଦେଉନଥିବାରୁ ପାକିସ୍ତାନ ଏବେ ଆମେରିକାର ସହାୟତ ଲୋଡିଛି ।

ସମ୍ବନ୍ଧିତ ଖବର