ଆମ ପ୍ରତି ଏତେ ପାତରଅନ୍ତର କାହିଁକି ? ପାକିସ୍ତାନର ଅଭିଯୋଗ

ନୂଆଦିଲ୍ଲୀ: ଗୋଟିଏ ପଟେ ଆମେରିକା ପାକିସ୍ତାନକୁ ଆର୍ଥିକ ସହାୟତା କମ କରିଚାଲିଥିବାବେଳେ ଭାରତକୁ ଷ୍ଟ୍ରାଟର୍ଜିକ ଟ୍ରେଡ ଅଥେଣ୍ଟିକେସନ (ଏସଟିଏ-୧) ରାଷ୍ଟ୍ର ମାନ୍ୟତା ଦେବା ଇସ୍ଲାମାବାଦକୁ ଭାରି ବାଧୁଛି । ତା ପ୍ରତି ପାତରଅନ୍ତର କରାଯାଉଥିବା ପାକିସ୍ତାନ କହୁଛି । ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ମୁଖପତ୍ର ମହମ୍ମଦ ଫୈଜାଲ କହିଛନ୍ତି ଯେ ଏହା ଦ୍ୱାରା ଆମେରିକା ପାକିସ୍ତାନ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରିଛି । ଏହା ଦ୍ୱାରା ଦକ୍ଷିଣ ଏସିଆରେ ଅସ୍ତ୍ରପ୍ରତିଯୋଗିତା ବଢିବ ଓ ନିରସ୍ତ୍ରୀକରଣ ପ୍ରକ୍ରିୟା ବାଧାପ୍ରାପ୍ତ ହେବ । ପାକିସ୍ତାନ ବିଶ୍ୱାସ କରେ ଯେ ସବୁଦେଶଙ୍କୁ ଆଧୁନିକ ଜ୍ଞାନକୌଶଳ ମିଳିବା ଆବଶ୍ୟକ ।

ନିକଟରେ ଆମେରିକା ଭାରତକୁ ଏକ ସ୍ୱତନ୍ତ୍ର ସହଯୋଗୀ ଦେଶ (ଏସଟିଏ-୧) ମାନ୍ୟତା ଦେଇଛି । ଏପରି ମାନ୍ୟାତା ସାଧାରଣତଃ ନାଟୋ ଦେଶମାନଙ୍କୁ ଦେଇଥାଏ । ଏପରି ମାନ୍ୟତାପ୍ରାପ୍ତ ଦେଶମାନଙ୍କୁ ସାଧାରଣତଃ ଆମେରିକା ଉଚ୍ଚ ଟେକନଲୋଜୀ ସଂପନ୍ନ ସାମରିକ ଓ ବେସାମରିକ ଉପକରଣ ଓ ଟେକନଲୋଜୀ ହସ୍ତାନ୍ତର କରିଥାଏ । ଭାରତକୁ ଏହି ମାନ୍ୟତା ମିଳିବା ପାରେ ଆମେରିକା ଭାରତକୁ କେବଳ ଆଧୁନିକ ଯୁଦ୍ଧ ଅସ୍ତ୍ରଶସ୍ତ୍ର ଦେବନି, ସେଗୁଡ଼ିକର ଟେକନଲୋଜୀ ମଧ୍ୟ ହସ୍ତାନ୍ତର କରିବ । ଏସିଆରେ ପୂର୍ବରୁ ଜାପାନ ଓ ଦକ୍ଷିଣ କୋରିଆ ଏପରି ମାନ୍ୟତା ପାଇଛନ୍ତି ।

ସମ୍ବନ୍ଧିତ ଖବର