ବେଲୁଚିସ୍ତାନରେ ହୋଇଥିବା ଆତଙ୍କବାଦୀ କାଣ୍ଡ ପାଇଁ ଇରାନକୁ ଦାୟୀ କଲା ପାକିସ୍ତାନ

ଇସ୍ଲାମାବାଦ: ଆତଙ୍କବାଦକୁ ନେଇ ପାକିସ୍ତାନ ଓ ଇରାନ ମଧ୍ୟରେ ପରିସ୍ଥିତି ଦିନକୁ ଦିନ ବିସ୍ଫୋରକ ମୋଡ ନେଉଛି । କିନ୍ତୁ ମଜା କଥା ହେଉଛି ଉଭୟ ଦେଶ ପରସ୍ପର ଉପରେ ଆତଙ୍କବାକକୁ ପ୍ରେତ୍ସାହନ ଦେଉଥିବା ଅଭିଯୋଗ କରୁଛନ୍ତି ।

ଗତ ୧୮ ତାରିଖରେ ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନୀ ନୌସେନାର ୧୪ ଯବାନ ନିହତ ହୋଇଥିଲେ । ଏହି ନୌସୈନିକମାନେ ବେଲୁଚିସ୍ତାନର ଓରାମରା ଅଞ୍ଚଳଦେଇ ଯାଉଥିବାବେଳେ ଅଜଣା ବନ୍ଧୁକଧାରୀ ସେମାନଙ୍କୁ ବସରୁ ଓହ୍ଲାଇ ଆଖିବୁଜା ଗୁଳିଚାଳନା କରିବାରୁ ଘଟଣାସ୍ଥଳରେ ୧୪ ଯବାନ ନିହତ ହୋଇଥିଲେ । କିନ୍ତୁ ଏହା ପଛରେ ଇରାନରେ ଥିବା ଆତଙ୍କବାଦୀଙ୍କ ହାତ ରହିଛି ବୋଲି ପାକିସ୍ତାନ କହିଛି । ଏଥିଲାଗି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ପକ୍ଷରୁ ଇରାନ ନିକଟରେ ପ୍ରତିବାଦ କରାଯାଇଛି ।
ଗତ ଫେବ୍ରୁଆରୀମାସ ୧୩ ତାରିଖରେ ଇରାନର ଇସ୍ଲାମିକ ରିଭୋଲ୍ୟୁସନ ଗାର୍ଡ କର୍ପସ (ଆଇଆରଜିସି)ର ଯବାନ ମାନେ ରାତିରେ ବସରେ ଯାଉଥିବା ବେଳେ ଏକ ବିସ୍ଫୋରକ ଭରା କାର ସେଥିରେ ମାଡ ହେବାରୁ ୨୭ ଯବାନ ପ୍ରାଣ ହରାଇଥିଲେ । ଏହି ଘଟଣା ପାଇଁ ଇରାନ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ ଅଲ ଆଦିଲକୁ ଦାୟୀ କରିଥିଲା । ଏହି ଘଟଣାରେ ପ୍ରତିଶୋଧ ନେବ ବୋଲି ଇରାନ ଧମକ ଦେଇଥିଲା ।

ସମ୍ବନ୍ଧିତ ଖବର