ପାକ୍‌ ସ୍ନାଇପର ଗୁଳିରେ ଯବାନ ସହିଦ

ଶ୍ରୀନଗର : ନିୟନ୍ତ୍ରଣ ରେଖା ଅଂଚଳରେ ଆଜି ଜଣେ ବିଏସଏଫ୍‌ ଯବାନ ପାକ୍‌ ସ୍ନାଇପର ଗୁଳିରେ ସହିଦ ହୋଇ ଯାଇଛନ୍ତି। ଜମ୍ମୁର ସାମ୍ବା ଜିଲ୍ଲା ସ୍ଥିତ ରାମଗଡ଼ ସେକ୍ଟରରେ ଆଜି ସକାଳ ୧୦.୪୦ ସମୟରେ ପାକିସ୍ତାନ ପାର୍ଶ୍ୱରୁ ଗୁଳି ଚାଳନା ହୋଇଥିଲା। ତେବେ ଜଣେ ବିଏସଏଫ୍‌ ଯବାନଙ୍କ ଦେହରେ ଗୁଳି ବାଜିଥିଲେ ମଧ୍ୟ ପାଖାପାଖି ୯ ଘଣ୍ଟା ପର୍ଯ୍ୟନ୍ତ ତାଙ୍କର କିଛି ପତ୍ତା ମିଳିନଥିଲା। ପ୍ରାରମ୍ଭରେ ତାଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଇଥିଲା, କିନ୍ତୁ ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ପରେ ଏଲ୍‌୍‌ଓସିରେ ସୁରକ୍ଷା କଡ଼ାକଡ଼ି ହୋଇଛି।

ସମ୍ବନ୍ଧିତ ଖବର