ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଳଂଘନ, ପାକିସ୍ତାନୀ ଯବାନ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁପୱାଡ଼ା ଜିଲ୍ଲାରେ ଆଜି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଥିଲା। ସୀମା ନିକଟସ୍ଥ ଆଗୁଆ ଘାଟି ଏବଂ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ପାକିସ୍ତାନ ଗୁଳିଚାଳନା କରିବାରୁ ଭାରତ ଏହାର କଡ଼ା ଜବାବ ଦେଇଥିଲା। ଭାରତୀୟ ସେନା‌ ଯବାନଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ଜଣେ ପାକିସ୍ତାନୀ ସୈନିକ ନିପାତ ହୋଇଥିବା ଜଣାପଡ଼ିଛି। ଭାରତୀୟ ସେନାର ଗୁଳିମାଡ଼ରେ କେତେକ ପାକିସ୍ତାନ ସୈନିକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ନିହତ ହୋଇଥିବା ପାକିସ୍ତାନୀ ସୈନିକଙ୍କୁ ଇମତିଆଜ ଅଲି ବୋଲି ଚିହ୍ନଟ କରାଯାଇଛି। ତାଙ୍କୁ ନିଲମ୍‌ ଭ୍ୟାଲିରେ ନିପାତ କରାଯାଇଛି।

ସମ୍ବନ୍ଧିତ ଖବର