ଭାରତକୁ ଡାକସେବା ବନ୍ଦକଲା ପାକିସ୍ତାନ: କେନ୍ଦ୍ର ସୂଚନା ମନ୍ତ୍ରୀ କହିଲେ, ‘ପାକିସ୍ତାନ ହେଉଛି ପାକିସ୍ତାନ! ନିର୍ବୋଧକୁ ବୁଝାଇବ କିଏ?’…

ନୂଆଦିଲ୍ଲୀ: ପାକିସ୍ତାନ ଆଜି ସଂପୂର୍ଣ୍ଣ ଏକତରଫା ଭାବେ ନିଜ ଆଡ଼ୁ ଭାରତ ସହ ଡାକସେବା ସଂପର୍କକୁ ତୁଟାଇ ଦେଇଛି। ଏସଂପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ କୌଣସି ପ୍ରକାରର ପ୍ରାକ୍‌ ନୋଟିସ୍‌ କିମ୍ବା ସୂଚନା ନଦେଇ ପାକ୍ତିସ୍ତାନ ଏକତରଫା ଭାବେ ଭାରତକୁ ଡାକସେବା ବନ୍ଦ କରିଦେଇଛି।

ପାକ୍‌ ଅଧିକୃତ କଶ୍ମୀରରେ ଆତ୍ମଗୋପନ କରି ରହିଥିବା ପାକିସ୍ତାନୀ ଆତଙ୍କବାଦୀମାନଙ୍କ ଉପରେ ରବିବାର ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ପାକିସ୍ତାନ ଆଜି (ସୋମବାର) ଠାରୁ ଏକତରଫା ଭାବେ ଭାରତକୁ ଡାକସେବା ବନ୍ଦ କରି ଦେଇଛି ଏବଂ ଭାରତୀୟ ଡାକ ବିଭାଗକୁ କୌଣସି ଡାକ ପଠାଉ ନାହିଁ।

କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ‘ସମସ୍ତ ପ୍ରକାରର ଅନ୍ତର୍ଜାତିକ ନୀତିନିୟମକୁ ଉଲ୍ଲଂଘନ କରି କୌଣସି ପ୍ରକାରର ପ୍ରାକ୍‌ ସୂଚନା ନଦେଇ ପାକିସ୍ତାନ ଆଜିଠାରୁ ଏକତରଫା ଭାବେ ନିଜ ଆଡ଼ୁ ଭାରତକୁ ଡାକସେବା ବନ୍ଦ କରିଦେଇଛି। ପାକିସ୍ତାନର ଏ ନିଷ୍ପତ୍ତି ଅନ୍ତର୍ଜାତୀୟ ଡାକ ନିୟମର ଉଲ୍ଲଂଘନ କରୁଛି। ହେଲେ, ପାକିସ୍ତାନ ହେଉଛି ପାକିସ୍ତାନ! ନିର୍ବୋଧକୁ ବୁଝାଇବ କିଏ?’ ବୋଲି ପାକିସ୍ତାନର ଏପ୍ରକାରର ଆଚରଣରେ କଟାକ୍ଷ କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ।

ସମ୍ବନ୍ଧିତ ଖବର