୨୦୨୫ମସିହା ପରେ ଭାରତ ସହ ମିଶିଯିବ ପାକିସ୍ତାନ : ଆର୍‌ଏସ୍‌ଏସ୍‌ ମୁଖ୍ୟ ଇନ୍ଦ୍ରେଶ କୁମାର

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ମୁଖ୍ୟ ଇନ୍ଦ୍ରେଶ କୁମାର ଶନିବାର ଏକ ସଭାରେ ଯୋଗ ଦେଇ ଭାରତ-ପାକ୍‌କୁ ନେଇ ଯେଉଁ ମତ ରଖିଥିଲେ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨୦୨୫ ମସିହାରେ ପରେ ପାକିସ୍ତାନ ପୂର୍ବ ଭଳି ପୁଣି ଥରେ ଭାରତ ସହ ମିଶିଯିବ ବୋଲି ସେ ସଭାରେ ଯୋଗ ଦେଇ କହିଥିଲେ । ଏତେ ଦମ୍ଭୋକ୍ତିର ସହ ସେ ଏହି କଥା କହିବା ପରେ କିଛି ଲୋକଙ୍କୁ ତାଙ୍କର ଏଭଳି ମନ୍ତବ୍ୟ ଆଶ୍ଚର୍ଯ୍ୟ କରିଥିଲା । ‘କଶ୍ମୀର- େଓ୍ଵ ଅହେଡ୍‌’ ନାମକ ଏକ ସଭାର ଯୋଗ ଦେଇ ଇନ୍ଦ୍ରେଶ କୁମାର ନିଜର ଏଭଳି ମତ ରଖିଥିଲେ ।

ଭାରତ-ପାକ୍‌କୁ ନେଇ ନିଜର ମତ ରଖିବାକୁ ଯାଇ, ୧୯୪୭ମସିହା ପୂର୍ବରୁ ପାକିସ୍ତାନ ବୋଲି କିଛି ନଥିଲା । ୧୯୪୫ମସିହା ପୂର୍ବରୁ ପାକିସ୍ତାନ ଭାରତର ଏକ ଅଂଶ ଥିଲା । ପରେ ପାକିସ୍ତାନ ଭାରତଠାରୁ ଅଲଗା ହୋଇ ଯାଇଥିଲେ ମଧ୍ୟ ୨୦୨୫ମସିହା ପରେ ପୁଣି ଥରେ ଭାରତ-ପାକ୍‌ ଏକ ହୋଇଯିବ । ଆପଣମାନେ ଲେଖି କରି ରଖି ଦିଅନ୍ତୁ, ୫-୭ବର୍ଷ ପରେ ଆପଣମାନେ ଲାହୋର, ରାଓ୍ଵଲପିଣ୍ଡି ଏବଂ ସିଆଲକୋଟ୍‌ ଭଳି ସ୍ଥାନରେ ଜାଗା କିଣିବା ସହ ବ୍ୟବସାୟ ଆରମ୍ଭ କରି ପାରିବେ ବୋଲି କହିଥିଲେ ଇନ୍ଦ୍ରେଶ କୁମାର । କିନ୍ତୁ କିପରି ଏହା ସମ୍ଭବ ହେବ, ସେ ବିଷୟରେ ଇନ୍ଦ୍ରେଶ କୁମାର ବିସ୍ତାର ଭାବେ କିଛି ଜଣାଇ ନଥିଲେ ।

ସମ୍ବନ୍ଧିତ ଖବର