ପାକିସ୍ତାନର ମହକାଶ ଅଭିଯାନ : ଭାରତ ଉପରେ ନଜର ରଖିବ

ଇସଲାମାବାଦ : ଭାରତ ଉପରେ କଡ଼ା ନଜର ରଖିବାକୁ ପାକିସ୍ତାନ ଏବେ ଗୁଇନ୍ଦା ଉପଗ୍ରହ ବ୍ୟବହାର କରିବ। ଏଥିପାଇଁ ଖୁବ୍‌ଶୀଘ୍ର ପାକିସ୍ତାନ ମହାକାଶ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ସେନା ଓ ଲୋକଙ୍କ ବ୍ୟବହାର ପାଇଁ ପାକିସ୍ତାନ ବିଦେଶୀ ସାଟେଲାଇଟ ଓ ଜିପିଏସ ସିଷ୍ଟମ୍‌ ଉପରେ ନିର୍ଭରଶୀଳ ଥିବା ବେଳେ ଏବେ ସ୍ୱାବଲମ୍ବୀ ହେବାକୁ ପ୍ରୟାସ କରିଛି। ପାକିସ୍ତାନ ମହାକାଶ ଗବେଷଣା ସଂସ୍ଥା ‘ସୁପାର୍କୋ’ ପାଇଁ ସରକାର ୪୭୦କୋଟି ଟଙ୍କା ବ୍ୟୟ ବରାଦ କରଛନ୍ତି। ଏହି ଅର୍ଥରେ ୩ଟି ନୂଆ ପ୍ରକଳ୍ପ ଆରମ୍ଭ ହେବ। ଏଥିରୁ ପାକ୍‌ସାଟ-ଏମ୍‌ଏମ୍‌ଆଇ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏବେ କରାଚୀ, ଇସଲାମାବାଦ, ଓ ଲାହୋରରେ ସ୍ପେସ୍‌ ସେଣ୍ଟର ପ୍ରତିଷ୍ଠା କରିବା କାର୍ଯ୍ୟ ଜୋର୍‌ସୋରରେ ଚାଲିଛି। ୨୦୦୫ ମସିହାରୁ ପ୍ରତିବର୍ଷ ନିଜର ମହାକାଶ ଗବେଷଣା କ୍ଷମତାକୁ ପାକିସ୍ତାନ ବଢ଼ାଇ ଚାଲିଛି। ବିଶେଷଜ୍ଞଙ୍କ କହିବା ମୁତାବକ ଜିପିଏସ, ମୋବାଇଲ ଟେଲିଫୋନିଂ ଓ ଇଣ୍ଟରନେଟ ସମେତ ସୀମାରେ ସୁରକ୍ଷା ପାଇଁ ପାକିସ୍ତାନ ଏହି ମହାକାଶ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହାସହିତ ଭାରତ ଓ ଚୀନ ମଧ୍ୟରେ ସୁଧୁରୁଥିବା ସମ୍ପର୍କ ଏବେ ପାକିସ୍ତାନ ପାଇଁ ଚିନ୍ତାର କାରଣ ପାଲଟିଯାଇଥିବାରୁ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ନିଜସ୍ୱ ରିମୋଟ୍‌୍‌ ସେନ୍‌୍‌ସିଂ ସାଟେଲାଇଟ୍‌ କାର୍ଯ୍ୟକ୍ଷମ କରିବାକୁ ଚାହୁଛି ।

ସମ୍ବନ୍ଧିତ ଖବର