ନୂଆଦିଲ୍ଲୀ : ଗୋଟିଏ ପଟେ ଭାରତରେ ଅଭିଯୋଗ ହେଉଛି ଯେ ସେନାର ଅଧୁନୀକିକରଣ ପାଇଁ ସରକାର ଆବଶ୍ୟକ ଅର୍ଥ ଦେଉ ନାହାନ୍ତି । ପୂର୍ବବର୍ତ୍ତି ସରକାରମାନଙ୍କ କ୍ରମାଗତ ଅବହେଳା ଯୋଗୁଁ ୧୯୬୨ ପରଠାରୁ ଭାରତର ପ୍ରତିରକ୍ଷା ଖର୍ଚ୍ଚ ସବୁଠୁ କମ ସ୍ତରରେ ରହିଛି । ଅର୍ଥ ଅଭାବରୁ ବାୟୁ ସେନାରେ ଲଢୁଆ ବିମାନ ଅଭାବ ରହିଛି । କିନ୍ତୁ ସେପଟେ ଭାରତର ସାମରିକ ଖର୍ଚ୍ଚକୁ ନେଇ ପାକିସ୍ତାନ ଚିନ୍ତିତ ହୋଇପଡିଛି ଓ ଏ ନେଇ ଜାତିସଂଘରେ ଅଭିଯୋଗ କରିଛି । ଭାରତର ବଢିଚାଲିଥିବା ପ୍ରତିରକ୍ଷା ବଜେଟ ସମଗ୍ର ଦକ୍ଷିଣ ଏସିଆର ଭାରସାମ୍ୟକୁ ନଷ୍ଟ କରୁଛି ଓ ଏଥିପାଇଁ ପଡୋଶୀ ଦେଶମାନଙ୍କ ପାଇଁ ବିପଦ ମାଡିଆସୁଛି ବୋଲି ପାକିସ୍ତାନ ତରଫରୁ ଜାତିସଂଘ ମହା ସଚିବ ଆଣ୍ଟୋନିଓ ଗୁଟେରେସଙ୍କ ନିକଟରେ ଅଭିଯୋଗ କରାଯାଇଛି ବୋଲି ଏକ ପାକିସ୍ତାନୀ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି ।
Sambad is now on WhatsApp
Join and get latest news updates delivered to you via WhatsApp
କିଛିଦିନତଳେ ଷ୍ଟକହୋମ ଇଣ୍ଟରନାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ତରଫରୁ କୁହାଯାଇଥିଲା ଯେ ୨୦୧୭ରେ ବିଶ୍ୱର ସାମରିକ ବଜେଟ ପ୍ରାୟ ୧.୧ ପ୍ରତିଶତ ବଢି ୧.୭୩ ଟ୍ରିଲିୟନ ଡଲାରରେ ପହଞ୍ଚିଛି । ପ୍ରତିରକ୍ଷା ବ୍ୟୟ ଦୃଷ୍ଟିରୁ ଆମେରିକା ନଂ୧ ସ୍ଥାନରେ ଥିବାବେଳେ ତାପଛକୁ ଚୀନ, ସାଉଦି ଆରବ ଓ ଋଷିଆ ଅଛନ୍ତି । ୫ମ ସ୍ଥାନରେ ଭାରତ ରହିଛି । ଏହି ୫ଟି ଦେଶ ବିଶ୍ୱର ମୋଟ ସାମରିକ ବଜେଟର ୬୦ ପ୍ରତିଶତ ବ୍ୟୟ କରୁଛନ୍ତି । ୨୦୧୭ରେ ଭାରତର ପ୍ରତିରକ୍ଷା ବ୍ୟୟ ୫.୫ ପ୍ରତିଶତ ବୃଦ୍ଧି ପାଇ ୬୩.୯ ବିଲିୟନ ଡଲାର ଛୁଇଁଥିଲା ।