ଏୟାର୍‌ ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ସୀମାରେ ୫୧୩ ଥର ଅସ୍ତ୍ରବିରତି ଉଲ୍ଳଂଘନ କରି ସାରିଲାଣି

ରାଜୌରି: ପାକିସ୍ତାନରେ ଭାରତୀୟ ସେନା ପଶି ବାଲାକୋଟରେ ଏୟାର୍‌ ଷ୍ଟ୍ରାଇକ୍‌ କରିବା ପରଠାରୁ ପାକିସ୍ତାନ ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାଠାରେ ୫୧୩ ଥର ଅସ୍ତ୍ରବିରତି ଉଲ୍ଲଂଘନ କରି ସାରିଲାଣି। ଲ୍ୟୁଟେନାଣ୍ଟ୍‌ ଜେନେରାଲ୍‌ ପରମଜିତ୍‌ ସିଂହ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି କି ‘ଗତ ଦେଢ଼ ମାସ ଭିତରେ ପାକିସ୍ତାନ ସୀମାରେ ୫୧୩ଥର ଅସ୍ତ୍ରବିରତି ଉଲ୍ଲଂଘନ କରି ସାରିଲାଣି।’

କରିଥିବା ଅସ୍ତ୍ରବିରତି ଉଲ୍ଲଂଘନରେ ପାକ୍‌ ପ୍ରାୟ ୧୦୦ ଥର ଭାରତ ଉପରେ ଖୁବ୍‌ ଭାରୀ ଅସ୍ତ୍ର ପ୍ରୟୋଗ କରି ଆକ୍ରମଣ ଉଦ୍ୟମ କରିଛି ବୋଲି ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ୧୬ ତାରିଖରେ ପାକସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଭାରତ ସୀମରେ ପଶି ଆକ୍ରମଣ କରିବା ଦ୍ୱାରା ୪୦ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିଲେ। ତାହାର ପାଲଟା ଯବାବ ଦବାକୁ ଯାଇ ଭାରତୀୟ ସେନା ମାତ୍ର ୧୨ ଦିନ ମଧ୍ୟରେ ପାକ୍‌ ସୀମାରେ ପଶି ଏୟାର୍‌ ଷ୍ଟ୍ରାଇକ୍‌ କରି ପ୍ରାୟ ୩୦୦ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ସେବେଠାରୁ ସୀମା ବିବାଦ ତୀବ୍ର ହୋଇଛି।

ସମ୍ବନ୍ଧିତ ଖବର