ଭାରତ ସହ କଥାବାର୍ତ୍ତା ଲାଗି ପାକିସ୍ତାନ ବାରମ୍ବାର ଅନୁରୋଧ କରୁଛି, କିନ୍ତୁ ମୋଦି ଶୁଣୁନାହାନ୍ତି

ନୂଆଦିଲ୍ଲୀ: ପାକିସ୍ତାନ ଏବେ ହରଡ଼ଘଣାରେ ପଡିଯାଇଛି । ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନହେଉଥିବାବେଳେ ଋଣ ଦେବାକୁ କେହି ରାଜି ହେଉନାହାନ୍ତି । ଆତଙ୍କବାଦକୁ ସମର୍ଥନ ଦେଉଥିବା ଦେଶ ହିସାବରେ ପାକିସ୍ତାନ ସାରା ବିଶ୍ୱରେ ବଦନାମ ହୋଇଯାଇଛି । ପାକିସ୍ତାନ ହିଁ ଭାରତକୁ ଆତଙ୍କବାଦୀ ପଠାଇ ଆତଙ୍କଲୀଳା ଲଗାଉଥିବା ସାରା ବିଶ୍ୱ ଜାଣିଯାଇଛି । ଏହି କାରଣରୁ ଭାରତ ସରକାର ପାକିସ୍ତାନ ସହ କଥାବାର୍ତ୍ତା ବନ୍ଦ କରିଦେଇଛନ୍ତି । ଆତଙ୍କବାଦ ବନ୍ଦ ନହେଲେ କଥାବାର୍ତ୍ତା ସମ୍ଭବ ନୁହେଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି । ପାକିସ୍ତାନ ଏବେ ବୁଝିପାରିଛି ଯେ ଭାରତ ସହ କଥାବାର୍ତ୍ତା ଆରମ୍ଭ ନକଲେ ସାରା ବିଶ୍ୱର ଭରଷା ଫେରିବ ନାହିଁ । ପୁଣି ଭାରତ ସହ ଭଲ ସମ୍ପର୍କ ନ ରଖିଲେ ଭାରତ ସହ ବେପାର ବାଣିଜ୍ୟ ମଧ୍ୟ କରିବା ସମ୍ଭବ ନୁହେଁ । ଏଣୁ ପାକିସ୍ତାନର ପ୍ରକୃତ ଶାସନ ସେନାଧ୍ୟକ୍ଷ କମର ଜାଭେଦ ବାଜଓ୍ଵା ବାରମ୍ବାର ଭାରତକୁ ଆଲୋଚନା ଆରମ୍ଭ ପାଇଁ ପ୍ରସ୍ତାବ ଦେଇଚାଲିଛନ୍ତି । କିନ୍ତୁ ଭାରତ ପାକିସ୍ତାନର ପୁରୁଣା ରେକର୍ଡକୁ ଭଲଭାବରେ ଜାଣିଛି । ଏଣୁ ପାକିସ୍ତାନର ଏହି ପ୍ରସ୍ତାବ ପ୍ରତି ମୋଦି ଆଦୌ ଗୁରୁତ୍ୱ ଦେଉ ନାହାନ୍ତି । କାରଣ ମୋଦିଙ୍କ ଆଶଙ୍କା ରହିଛି ଯେ ଯଦି ପାକିସ୍ତାନ ପୁଣି ଥରେ ଧୋକା ଦିଏ ତେବେ ତାଙ୍କୁ ଆସନ୍ତା ବର୍ଷ ହେବାକୁ ଯାଉଥିବା ନିର୍ବାଚନରେ ବହୁମୂଲ୍ୟ ଦେବାକୁ ପଡିପାରେ ।

ସମ୍ବନ୍ଧିତ ଖବର