ଭାରତୀୟ ଗୀତର ଲିପ୍‌ ସିଂଚିଙ୍ଗ୍‌ କରୁଥିବା ଜଣେ ପାକିସ୍ତାନୀ ମହିଳା କର୍ମଚାରୀ ଦଣ୍ଡିତ

ଲାହୋର :ପାକିସ୍ତାନର ବିମାନବନ୍ଦର ସୁରକ୍ଷା କର୍ମୀମାନେ ନିଜ ଦେଶର ପତାକା ଧରି ମୁଣ୍ଡରେ ଟୋପି ପିନ୍ଧି ଏକ ଭାରତୀୟ ଗୀତର ଉଚ୍ଚାରଣ (ଲିପ୍‌ ସିଂଚିଙ୍ଗ୍‌) କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ  ଦଣ୍ଡିତ କରିଛନ୍ତିି। ଏହି ମହିଳା କର୍ମଚାରୀଙ୍କର ଭିଡ଼ିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାପରେ କର୍ତ୍ତୃପକ୍ଷ ଏକ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। 

ବିମାନବନ୍ଦର ନିରାପତ୍ତା କର୍ତ୍ତୃପକ୍ଷ (ଏ.ଏସ୍‌ ଏଫ୍‌) ମହିଳା କର୍ମଚାରୀଙ୍କର ଦୁଇ ବର୍ଷ ପାଇଁ ଇନକ୍ରିମେଣ୍ଟ୍‌ ବନ୍ଦ କରିଛନ୍ତି। ବିମାନବନ୍ଦନର ଆଇନ କାନୁନ ଭଙ୍ଗ କରିଥିବା ଅଭିଯୋଗରେ ଗ୍ରହଣ କରାଯିବା ସହିତ ତାଙ୍କୁ ଭବିଷ୍ୟତରେ ସେଭଳି ଘଟଣାର ପୁନରାବୃତ୍ତି ନ କରିବା ଲାଗି ତାଗିଦ୍‌ ମଧ୍ୟ କରାଯାଇଥିବା ଜଣାଯାଇଛି।
ବିମାନ ନିରାପତ୍ତା ବିଭାଗ ପକ୍ଷରୁ ମହିଳା କର୍ମଚାରୀଙ୍କୁ ସୋସିଆଲ୍‌ ମିଡିଆରେ କୌଣସି ପ୍ରକାରର ବିବାଦୀୟ କାର୍ଯ୍ୟକଳାପ ଠାରୁ ଦୂରେଇ ରହିବା ଲାଗି ମଧ୍ୟ ତାଗିଦ୍‌ କରାଯାଇଛି।
ଏହି ମହିଳା କର୍ମଚାରୀଜଣକ ଲାହୋରଠାରୁ ୧୦୦ କିଲୋମିଟର ଦୂର ସିଆଲକୋଟ୍‌ ବିମାନ ବନ୍ଦରରେ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧିତ ଖବର