ଦୁର୍ନୀତି ମାମଲା: ପୂର୍ବତନ ପାକ୍‌ ପ୍ରଧାନମନ୍ତ୍ରୀ ଅବ୍ବାସୀ ଗିରଫ

ଇସଲାମାବାଦ୍‌ : ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ପାକିସ୍ତାନ ମୁସଲିମ୍‌ ଲିଗ୍‌ -ନୱାଜ (ପିଏମଏଲ-ଏନ୍‌)ନେତା ସାହିନ ଖକ୍କନ ଅବ୍ବାସୀଙ୍କୁ ଏନ୍‌ଏବି (ନ୍ୟାସନାଲ୍‌ ଆକାଉଣ୍ଟେବିଲିଟି ବ୍ୟୁରୋ) ଦୁର୍ନୀତି ମାମଲାରେ ଗିରଫ କରିଛି। ଅବ୍ବାସୀ ୨୦୧୬ ଅଗ‌ଷ୍ଟରୁ ମେ’ ୨୦୧୮ ମଧ୍ୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ। ଏନ୍‌ଏବି ରିପୋର୍ଟରୁ ଜଣାପଡ଼ିଛି ଯେ ଅବ୍ବାସୀ କିଛି ଘରୋଇ କମ୍ପାନିକୁ ଏଲଏନ୍‌ଜି ଆମଦାନୀ କରିବାକୁ ଠିକା ଦେଇଥିଲେ ଏବଂ ଏହାଦ୍ବାରା ଜାତୀୟ ର‌ାଜକୋଷର ୨ ଶହ କୋଟି ଡଲାର କ୍ଷତି ହୋଇଥିଲା। ଆଜି ଅବ୍ବାସୀଙ୍କୁ ଏନ୍‌ଏବି ଏଲଏନ୍‌ଜି ମାମଲାରେ ସମନ୍‌ କରିଥିଲା। ‌ ଦୁର୍ନୀତି ମାମଲାରେ ଅବ୍ବାସୀ ଗିରଫ ହେବାପରେ ଏହାର ପ୍ରତିବାଦରେ ବିଭିନ୍ନ ସ୍ଥାନରେ ପିଏମଏଲ-ଏନ୍‌ ପକ୍ଷରୁ ଆନ୍ଦୋଳନ କରାଯାଇଛି।

ସମ୍ବନ୍ଧିତ ଖବର