ପାକିସ୍ତାନର ଗୁଳିମାଡ଼ : ୨ ଯବାନ ସହିଦ

ନୂଆଦିଲ୍ଳୀ : ଜମ୍ମୁ କଶ୍ମୀରର ନିୟନ୍ତ୍ରଣ ରେଖା ନିକଟସ୍ଥ ସୁନ୍ଦରବନି ସେକ୍ଟରରେ ଆଜି ପାକ୍‌ ସେନା ପୁଣିଥରେ ଅସ୍ତ୍ରବିରତି ଉଲ୍ଳଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଛି। ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନରେ ଆଜି ଦୁଇଜଣ ଭାରତୀୟ ଯବାନ୍‌ ସହିଦ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଲେପ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦଙ୍କ କହିବା ଅନୁଯାୟୀ ଆଜି ପାକ୍‌ ସେନା ସ୍ୱୟଂଚାଳିତ ବନ୍ଧୁକରୁ ଗୁଳିମାଡ଼ କରିବା ସହ ମୋର୍ଟାର ମାଧ୍ୟ ମାଡ଼ କରିଥିଲେ। ଭାରତୀୟ ସେନା ମଧ୍ୟ ଏହାର ପାଲଟା ଜବାବ ମଧ୍ୟ ଦେଇଥିଲା ଉଭୟ ପକ୍ଷର ଗୁଳିଚାଳନା ସମୟରେ ଆଜି ଦୁଇ ଯବାନ ବିନୋଦ ସିଂହ ଏବଂ ଜାକି ଶର୍ମା ସହିଦ ହୋଇଯାଇଛନ୍ତି। ସୁଚନାନୁଯାୟୀ ୨୪ ବର୍ଷୀୟ ଯବାନ ବିନୋଦ ସିଂହ ଜମ୍ମୁ ଜିଲ୍ଲା ଅଖନୁରର ଜୋରିଆନ୍‌ ସ୍ଥିତ ଦାନାପୁର ଗ୍ରାମର ବାସିନ୍ଦା ହୋଇଥିବାବେଳେ ୩୦ ବର୍ଷୀୟ ଜାକି ଶର୍ମା କାଠୁଆ ଜିଲ୍ଲାର ହିରାନଗର ତହସିଲ୍‌ର ସାନହେଲ୍‌ ଗ୍ରାମର ବାସିନ୍ଦା।

ସମ୍ବନ୍ଧିତ ଖବର