ପୁଞ୍ଚ: ପାକିସ୍ତାନୀ ସେନା ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲଂଘନ ହେବା ପରେ ଭାରତୀୟ ସେନା ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ଏହାର ପରିଣାମ ସ୍ୱରୂପ ୧୧ ତାରିଖ ଦିନ ଜମ୍ମୁ-କଶ୍ମୀରର ହାଜିପୁର ସେକ୍ଟରରେ ଦୁଇଜଣ ପାକ୍ ଯବାନ ନିହତ ହୋଇଥିଲେ। ଶନିବାର ଏଇ ଦୁଇ ଯବାନଙ୍କ ମୃତଦେହ ନେବା ଲାଗି ପାକ ସେନା ପକ୍ଷରୁ ‘ଧଳା ପତାକା’ ପ୍ରଦର୍ଶନ କରାଯାଇଥିଲା। ସାଧାରଣତଃ ‘ଧଳା ପତାକା’ ପ୍ରଦର୍ଶନ ଯୁଦ୍ଧ ବିରତି ଅଥବା ଆତ୍ମସମର୍ପଣର ପ୍ରତୀକ ହୋଇଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ଶନିବାର ହାଜିପୁର ସେକ୍ଟରରେ ପାକ ସେନାର ଏକ ଛୋଟ ବଟାଲିଆନ୍ ଧଳା ପତାକା ସହ ସୀମା ନିକଟକୁ ଆସିଥିଲେ। ଏହାକୁ ସମ୍ମାନ ଦିଆଯାଇ ଭାରତୀୟ ସେନା ପକ୍ଷରୁ ଗୁଳିଚାଳନା ବନ୍ଦ ରଖାଯାଇଥିଲା। ଏହାପରେ ପାକ୍ ଯବାନମାନେ ସେଠାରେ ପଡି ରହିଥିବା ଦୁଇଜଣ ନିହତ ସହକର୍ମୀଙ୍କ ମୃତଦେହ ସଂଗ୍ରହ କରି ନେଇଥିଲେ।
#WATCH Hajipur Sector: Indian Army killed two Pakistani soldiers in retaliation to unprovoked ceasefire violation by Pakistan. Pakistani soldiers retrieved the bodies of their killed personnel after showing white flag. (10.9.19/11.9.19) pic.twitter.com/1AOnGalNkO
— ANI (@ANI) September 14, 2019
ଗତ ବୁଧବାର ନିୟନ୍ତ୍ରଣ ରେଖା ନିକଟସ୍ଥ ଜମ୍ମୁ-କଶ୍ମୀରର ହାଜିପୁର ସେକ୍ଟରରେ ପାକ୍ସେନା ପକ୍ଷରୁ ହଠାତ ଭାରତୀୟ ପୋଷ୍ଟ ଉପରକୁ ଗୁଳି ଚାଳନା କରାଯାଇଥିଲା। ଆଗରୁ ପ୍ରସ୍ତୁତ ଥିବା ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଥିଲେ। ଜବାବୀ ହାମ୍ଲାରେ ଦୁଇ ପାକିସ୍ତାନୀ ଯବାନଙ୍କ ଜୀବନ ଯାଇଥିଲା।