ମାନବିକତା ଆଗରେ ଅଣଦେଖା ହେଲା ବଇରୀ ପଣ; ସୀମା ଡେଇଁ ପଶି ଆସିଥିବା ପାକିସ୍ଥାନୀ ବାଳକକୁ ନୂଆ ପୋଷାକ ପିନ୍ଧାଇ, ମିଠା ଖୁଆଇ ଦେଶକୁ ପଠାଇଲା ଭାରତୀୟ ସେନା

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଛ୍‌ ଜିଲ୍ଲାର ସୀମା ଅତିକ୍ରମ କରି ଜଣେ ପାକିସ୍ଥାନୀ ନାବାଳକ ଭାରତ ପଶି ଆସିଥିଲେ। ଉକ୍ତ ନାବାଳିକାଙ୍କୁ ଭରତୀୟ ସେନା ମିଠା ଦେଇ ତାଙ୍କ ଦେଶକୁ ପଠାଇ ଦେଇଛନ୍ତି। ନାବାଳକ ଜଣକ ହେଉଛନ୍ତି ୧୧ ବର୍ଷୀୟ ମୋହମ୍ମଦ ଅବ୍‌ଦୁଲା। କେବଳ ସେତିକି ନୁହେଁ ଭାରତୀୟ ସେନା ଉକ୍ତ ନାବାଳିକାଙ୍କୁ ନୂଆ କପଡ଼ା ଦେଇ ପାକିସ୍ଥାନୀ ଅଧିକାରୀଙ୍କୁ ହସ୍ତାନ୍ତର କରାଇଛି।

ଅବ୍‌ଦୁଲାଙ୍କ ଘର ପାକିସ୍ଥାନର ପୁଛ୍‌ ଜିଲ୍ଳାରେ ଅବସ୍ଥିତ। ଜୁନ୍‌ ୨୬ ତାରିଖରେ ଭାରତୀୟ ସେନା ଅବ୍‌ଦୁଲାଙ୍କୁ ସୀମା ଏପଟେ ଦେଖିବା ପରେ ପ୍ରଥମେ ଅଟକ ରଖିଥିଲା। ପରେ ଜମ୍ମୁ-କଶ୍ମୀର ପୁଲିସ୍‌କୁ ସୂଚନା ଦିଆଯାଇଥିଲା। ଅବ୍‌ଦୁଲାଙ୍କ ବୟସଙ୍କୁ ଲକ୍ଷ କରି ମାନବିକତା ଦୃଷ୍ଟିରୁ ଏବଂ ପାକିସ୍ଥାନ ପ୍ରତି ଭାରତର ଥିବା ସଦ୍‌ଭାବନା ଦର୍ଶାଇ ଉଦ୍ଦେଶ୍ୟରେ ଅବ୍‌ଦୁଲାକୁ ସସମ୍ମାନେ ନିଜ ଦେଶକୁ ପଠାଇ ଦିଆଯାଇଛି।

ଆବଶ୍ୟ ଭାରତ-ପାକିସ୍ଥାନ ସୀମା ପାର୍‌ କରୁଥିବା କେଉଁ ବି ବ୍ୟକ୍ତିଙ୍କୁ ଏତେ ସହଜରେ ଛାଡ଼ି ଦିଯାଯାଇନଥାଏ। ଭୁଲ୍‌ରେ ହେଲେ ମଧ୍ୟ ନିଜ ଦେଶର ସୀମା ଅତିକ୍ରମ କରି ଅନ୍ୟ ଦେଶକୁ ଯିବା କ୍ଷମା ଯୋଗ୍ୟ ଆଚରଣ ବୋଲି ବିବେଚନା କରାଯାଏ ନାହିଁ। ଆପଣଙ୍କର ‘ସର୍‌ବଜୀତ’ର ସର୍‌ବଜୀତଙ୍କ କଥା ମନେ ଥିବ ନିଶ୍ଚୟ। ତାହା ହେଉଛି ଏହାର ଜ୍ୱଳନ୍ତ ଉଦାହରଣ।

ସମ୍ବନ୍ଧିତ ଖବର