ପାକିସ୍ତାନୀ ଉଚ୍ଚପଦସ୍ଥ ଅଧିକାରୀଙ୍କ ଚୋରି ଧରାପଡ଼ିଲା: କୁଏତ ପ୍ରତିନିଧିଙ୍କ ମନିପର୍ସ ଚୋରି କ୍ୟାମେରାରେ କଏଦ୍‌ ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଜଣେ ପାକିସ୍ତାନୀ ଉଚ୍ଚପଦସ୍ଥ ଅଧିକାରୀ ପାକିସ୍ତାନ-କୁଏତ ଯୁଗ୍ମ-ମନ୍ତ୍ରିସ୍ତରୀୟ ବୈଠକକୁ ଆସିଥିବା ଜଣେ କୁଏତି ପ୍ରତିନିଧିଙ୍କ ମନିପର୍ସ ଚୋରାଉ ଥିବାବେଳେ କ୍ୟାମେରାରେ ଧରାପଡ଼ିଛନ୍ତି। ଏହି ଘଟଣା ଶୁକ୍ରବାର ପ୍ରଘଟ ହୋଇଛି।

ସୂଚନା ଅନୁସାରେ ,ପାକିସ୍ତାନ ଓ କୁଏତ ମନ୍ତ୍ରିସ୍ତରୀୟ ପ୍ରତିନିଧି ଦଳର ୨ ଦିନିଆ ବୈଠକ ଚାଲିଥିବାବେଳେ ଜଣେ କୁଏତ ଦଳର ଜନୈକ ପ୍ରମୁଖ ସଦସ୍ୟ ଅଭିଯୋଗ କରିଥିଲେ କି ବୈଠକସ୍ଥଳରୁ ତାଙ୍କ ମନିପର୍ସ ଚୋରି ହୋଇଯାଇଛି। ଏହାପରେ ସେଠାକାର ସିସିଟିଭି କ୍ୟାମେରା ଯାଞ୍ଚ କରାଯାଇଥିଲା। ସିସିଟିଭି କ୍ୟାମେରାରୁ ଜଣାପଡ଼ିଥିଲା କି ପାକିସ୍ତାନର ପାଣ୍ଠିନିବେଶ ବିଭାଗର ଯୁଗ୍ମ-ସଚିବ ଜରାର୍‌ ହାଇଦର ଖାନ୍‌ କୁଏତି ପ୍ରତିନିଧିଙ୍କର ମନିପର୍ସ ଚୋରାଇଛନ୍ତି। ଏହି ଘଟଣା ପାକିସ୍ତାନୀ ପ୍ରତିନିଧିଙ୍କ ଲାଗି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଥିଲା।


ପାକିସ୍ତାନ ଅର୍ଥ ମନ୍ତ୍ରାଳୟର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହା ଏକ ଦୁର୍ଭାଗ୍ୟ ଜନକ ଘଟଣା। ଅଧିକାରୀଙ୍କ ଏପରି କାର୍ଯ୍ୟ ଦେଶକୁ ବଦନାମ କରିଥିବା ବେଳେ କାର୍ଯ୍ୟରତ ଅଧିକାରୀଙ୍କୁ ଲଜ୍ଜିତ କରିଛି।

ଚୋରି ଧରାପଡ଼ିବା ପରେ ପାକ୍‌-ଯୁଗ୍ମ ସଚିବଙ୍କୁ ଗିରଫ କରାଯିବା ସହ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର