ପ୍ରଶଂସକମାନଙ୍କ ନିନ୍ଦା ସହି ପାରୁ ନାହାନ୍ତି ପାକିସ୍ତାନୀ କ୍ୟାପ୍‌ଟେନ ସରଫରାଜ, କହିଲେ; ଆମକୁ ନେଇ ଅଲୋଚନା କରନ୍ତୁ, ଗାଳି ଦିଅନ୍ତୁ ନାହିଁ

ନୂଆଦିଲ୍ଲୀ : ଜୁନ୍‌ ୧୬ରେ ଭାରତ-ପାକିସ୍ତାନ ମଧ୍ୟରେ ଆଇସିସି ବିଶ୍ୱକପ ମ୍ୟାଚ୍‌ ଖେଳା ଯାଇଥିବା ବେଳେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ପାକିସ୍ତାନ । ଏହା ପରେ ପରେ ପାକିସ୍ତାନୀ ପ୍ରଶଂସକମାନେ ପାକିସ୍ତାନୀ କ୍ରିକେଟରଙ୍କୁ ଗାଳି ଦେବା ସହ କାନ୍ଦୁଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କିଛି ଲୋକ ପରାସ୍ତକୁ ନେଇ ପାକିସ୍ତାନୀ କ୍ୟାପ୍‌ଟେନ ସରଫରାଜ ଅହମ୍ମଦଙ୍କୁ ଦାୟୀ କରିବା ସହ କ୍ରିକେଟ ଛାଡ଼ି ଦେବାକୁ କହିଥିଲେ । କିଛି ଦିନ ତଳେ ସରଫରାଜ ନିଜ ପୁଅକୁ ନେଇ ସପିଂ କରିବାକୁ ଯାଇଥିବା ବେଳେ ଜଣେ ଯୁବକ ସେଲ୍‌ଫି ନେବାକୁ କହି ତାଙ୍କୁ ଗାଳି କରିଥିଲେ । ତାଙ୍କ ପୁଅ ଆଗରେ ସରଫରାଜଙ୍କୁ ମୋଟା ଘୁଷୁରୀ ବୋଲି କହିଥିଲେ ଯୁବକ । ଯାହାର ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା ।

Scroll.in

ତେବେ ଭିଡିଓ ଭାଇରାଲ ହେବା ପରେ ଲୋକେ ଟ୍ରୋଲ କରିବାରୁ ଯୁବକଜଣଙ୍କ ସରଫରାଜଙ୍କୁ କ୍ଷମା ମାଗିଥିଲେ । ଆଜି ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍‌ ଥିବା ବେଳେ ସରଫରାଜଙ୍କ ଦୁଃଖ ମିଡିଆ ଆଗକୁ ଆସିଥିଲା । ଗାଳି ଦେବାକୁ ନେଇ, ଆମ ମାନଙ୍କ ଖେଳକୁ ନେଇ ଆଲୋଚନା କରନ୍ତୁ । କିନ୍ତୁ ଗାଳି ଦିଅନ୍ତୁ ନାହିଁ । ଏହା ଦ୍ୱାରା ଆମ ପରିବାର ପ୍ରଭାବିତ ହେଉଛି । ଯଦି ଜଣଙ୍କୁ କଷ୍ଟ ହେଉଛି, ତା’ମାନେ ନୁହଁ କି ସେ ଆଉ ଜଣଙ୍କୁ କଷ୍ଟ ଦେବ । ଏହା ଠିକ ନୁହେଁ ବୋଲି କହିଥିଲେ ସରଫରାଜ ।

ସମ୍ବନ୍ଧିତ ଖବର